Home ଓଡ଼ିଶା ଜିଲ୍ଲାରେ ପୁଣି ୨ନୂଆ କରୋନା ସଂକ୍ରମଣ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଁଚିଲା

ଜିଲ୍ଲାରେ ପୁଣି ୨ନୂଆ କରୋନା ସଂକ୍ରମଣ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଁଚିଲା

263

ମାଲକାନଗିରି,୨୪ା୫(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଏବେ କାୟାବିସ୍ତାର କରିଛି କରୋନା ମହାମାରୀ ୫ଦିନ ମଧ୍ୟରେ ୧୦ ଜଣ ଆକ୍ରାନ୍ତ ହୋଇସାରିଲେଣି । ମାଲକାନଗିରି ଜିଲ୍ଲା ରେ ଆଜି ପୁଣି ୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଲଗାଇ ଜିଲ୍ଲାରେ କରୋନା ସଂକ୍ରମଣ ଙ୍କ ସଂଖ୍ୟା ୧୦ ରେ ପହଁଚିଛି । ଆଜିର ଚିହ୍ନଟ ଙ୍କ ମଧ୍ୟରୁ ୨ଜଣ ପୁରୁଷ ରହିଛନ୍ତି ।ସେମାନେ ଗୋଟିଏ ବସରେ ଚେନାୟୀ ରୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ କାଲିମେଳା ବ୍ଲକ ଏମଭି୭୨ ଅଚଂଳରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କ୍ୱାରେଟାଂଇନ ରେ ରହୁଥିବା ବେଳେ ଅନ୍ୟଜଣେ ପ୍ରବାସୀ ଶ୍ରମିକ ମାଲକାନଗିରି ବ୍ଲକ ମାର୍କାପାଲି ପଚାଂତ ଅଚଂଳର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କ୍ୱାରେଟାଂଇନ ରହୁଥିଲେ । କେବଳ କାଲିମେଳା ବ୍ଲକ ଅଚଂଳରୁ ଲଗାତର ଭାବେ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖଇରପୁଟ ବ୍ଲକ ଅଚଂଳରୁ ଜଣେ ଓ ମାଲକାନଗିରି ବ୍ଲକ ଅଚଂଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଲଗାଇ ଗତ ୫ଦିନ ମଧ୍ୟରେ ୧୦ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇସାରିଲେଣି । କାଲିମେଳା ବ୍ଲକର ପୁଷୁଗୁଡା,ଏମଭି୭୨,ମାଲକାନଗିରି ବ୍ଲକର ମାର୍କାପାଲି, ଖଇରପୁଟ ବ୍ଲକ ର ରାଷବେଡା ଅଚଂଳ ରେ ଥିବା କ୍ୱାରେଟାଂଇନ କେନ୍ଦ୍ର ଗୁଡିକୁ କଟେଂନମେଟଂ ଜୋନ ଭାବେ ଘୋଷଣା କରାଯାଇ ସେ ଅଚଂଳରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେ ଅଚଂଳରେ ଦୋକାନବଜାର ବନ୍ଦରହିବା ସହ କେହି ଗ୍ରାମବାସୀ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆଜିର ସଂକ୍ରମଣଙ୍କ ଟ୍ରାଭେଲ ରିପୋର୍ଟ ଜଣାପଡିଯାଇଛି ,ଚିହ୍ନଟ ଆକ୍ରାନ୍ତ ମାନେ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଛି । ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.