Home କେନ୍ଦୁଝର କଳିଗାଁ ସଂଗରୋଧ କେନ୍ଦ୍ର ଓ ମାର୍କେଟକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

କଳିଗାଁ ସଂଗରୋଧ କେନ୍ଦ୍ର ଓ ମାର୍କେଟକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

128

ହାଟଡ଼ିହି, ୨୪ । ୫ : ହାଟଡିହି ବ୍ଲକ ଡଅଁର ପଞ୍ଚାୟତରେ ହୋଇଥିବା ବିଭିନ୍ନ ସଂଗରୋଧ କେନ୍ଦ୍ରକୁ ଆଜି ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧନ କରାଯାଇଛି । ଆଜି ପ୍ରଶାସନର ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଅଗ୍ନିଶମ ବିଭାଗ ଓ ହାଟଡିହି ଅଗ୍ନିଶମ ବିଭାଗ ପକ୍ଷରୁ ପଞ୍ଚାୟତରେ କଳିଗାଁ ହାଇସ୍କୁଲରେ ଥିବା ସଂଗରୋଧ କେନ୍ଦ୍ରକୁ ବିଶୋଧନ କରିବା ସହ ପରିସରରେ ଥିବା ପାଇଖାନା, ରାସ୍ତାଘାଟକୁ ବିଶୋଧନ କରାଯାଇଥିଲା । ସରପଞ୍ଚ ଅମରେନ୍ଦ୍ର ଧଳ, ପିଇଓ ନାରାୟଣ ଜେନା, ଜିଆରଏସ ବଳରାମ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ହାବିଲଦାର କପିଳାଶ ନାୟକ ଆଗ୍ନିକ ମାନଭଞ୍ଜନ ସାହୁ, ଭାବଗ୍ରାହୀ ବେହେରା, ରାକେଶ ସେନାପତି, ଗୋବିନ୍ଦ ଭୋଇ, ମହିମା ଦଳେଇ, ସତ୍ୟବ୍ରତ ବାରିକ ପ୍ରମୁଖ ଆଗ୍ନିକମାନେ ବିଶୋଧନ କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.