Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର

ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର

28

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସର ପ୍ରଥମ ସୋମବାରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୨୩ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୧୧୮ଟି ବ୍ୟକ୍ତିଗତ ସମସ୍ୟା ମୂଳକ ଓ ୫ଟି ସାମୂହିକ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା । ୪ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ୫ଟି ସିଏମ.ଆର୍‌.ଏଫ୍ ଓ ୧ଟି ରେଡ଼କ୍ରସ ସମ୍ବନ୍ଧୀୟ ଅଭିଯୋଗ ଥିଲା । ସି.ଏମ୍‌.ଆର୍‌.ଏଫ୍‌ରୁ ବନ୍ତର ପଦ୍ମାବତୀ ପୁହାଣଙ୍କୁ ୧୦ହଜାର, ଉତୁକୁଡ଼ାର ସନ୍ଧ୍ୟାରାଣୀ ଘଡ଼ାଇଙ୍କୁ ୧୦ ହଜାର, ଜୟପୁର ତିହିଡ଼ିର ସୁକାନ୍ତ ମହାଳିକ୍‌ଙ୍କୁ ୫ ହଜାର, ପୁରୁଣାବଜାର, ଭଦ୍ରକର ସାହେଦ ସାହାଙ୍କୁ ୫ ହଜାର, ଦଇପୁରର ହରିହର ଜେନାଙ୍କୁ ୮ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ରେଡ଼କ୍ରସ୍ ପାଣ୍ଠିରୁ ବସନ୍ତ ଦାସଙ୍କୁ ମଧ୍ୟ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ସାମାଜିକ ସୁରକ୍ଷା ଯୋଜନାରେ ଦୃଷ୍ଟି ବାଧିତ ଥିବା ୨ଜଣ ଛାତ୍ରୀ ଓ ଦୁଇ ଜଣ ଛାତ୍ରଙ୍କୁ ଲାପ୍‌ଟପ୍ ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ପୀରହାଟ, ତିହିଡ଼ିର ଏମ୍‌.ବି.ଏ.ଛାତ୍ରୀ ଶୁଭଶ୍ରୀ ପାଢ଼ୀ, ପାଳିଆବିନ୍ଧାର ଯୁକ୍ତ ୩ କଳା ଛାତ୍ରୀ ଶ୍ରାବଣୀ ମଲ୍ଲିକ୍‌, ମଞ୍ଜୁରୀରୋଡ଼୍ ଭଣ୍ଡାରିପୋଖରୀ ପି.ଜି.ଛାତ୍ର କୀର୍ତ୍ତି କୁମାର ଖଣ୍ଡାଇ, ସାହୁପଡ଼ା ବନ୍ତର ଯୁକ୍ତ ୩ ବିଜ୍ଞାନ ଛାତ୍ର ଶମ୍ଭୁନାଥ ବେହେରା । ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା । ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଆଗତ ଅଭିଯୋଗ ସବୁର ସମାଧାନ ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏବଂ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.