Home ଜିଲ୍ଲା ପରିକ୍ରମା ଜିଲ୍ଲାଅବକାରୀ ବିଭାଗର ସଫଳତା,ଟାଟାସୋମ ଗାଡି ସହ ୧୧୨କେଜିଗଜେଂଇ ଜବତ,ଦୁଇ ମହିଳା ସହ ୫ଗିରଫ

ଜିଲ୍ଲାଅବକାରୀ ବିଭାଗର ସଫଳତା,ଟାଟାସୋମ ଗାଡି ସହ ୧୧୨କେଜିଗଜେଂଇ ଜବତ,ଦୁଇ ମହିଳା ସହ ୫ଗିରଫ

184

ମାଲକାନଗିରି,୨୬ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଗଜେଂଇ ଚାଷ ଓ ଚୋରାଚାଲାଣ କାରିଙ୍କ  ଭୁସ୍ୱର୍ଗ ପାଲଟିଥିବା ବେଳେ ଜିଲ୍ଲାଅବକାରୀ ବିଭାଗ କୁ ମିଳିଛି ବଡଧରଣର ସଫଳତା ।   ଜିଲ୍ଲା୍ଅବକାରି ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲୁଥିବା ସମୟରେ ଗୋଟିଏ ଟାଟାସୋମ ଗାଡି, ୧୧୨କେଜି ଗଜେଂଇ କେକ ଜବତ କରାଯିବା ସହିତ ଝାଡଖଣ୍ଡ ଅଚଂଳର ୨ଜଣ ମହିଳାଙ୍କ ସହ ୫ଜଣଙ୍କୁ ଗିରଫ କରାଯାଇଛି ।  ମାଲକାନଗିରି ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଅଚଂଳରେ ଅବକାରୀ ବିଭାଗପକ୍ଷରୁ ଚଢାଉ କରାଯାଇ ବେଆଇନ ଗଜେଂଇ ଚାଷକୁ ନଷ୍ଠକରିବାସହି ଚୋରାଗଜେଂଇ ଚାଲାଣ  କାରିମାନଙ୍କୁ ଧରାଚାଲିଛି ,ଜିଲ୍ଲାଅବକାରୀ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଇନିସପେକ୍ଟର ଏମ.ଏମ. ଧାଙ୍ଗଡାମାଝି,ଏସଆଇ ଦିଲିପ କୁମାର ନାୟକ,ଏଏସଆଇ ରାଜୁ ଖିତି,ସୁରେନ୍ଦ୍ର ମାଝୀ,ଜ୍ଞାନସାହୁ,ପି. ନାଗେଶ,ସରିତା ନାୟକ ପ୍ରମୁଖ ଅବକାରୀ ବିଭାଗ କର୍ମଚାରି ମାନେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଘାଟି ଟନେଲ କ୍ୟାମ୍ପ ରାସ୍ତା ରେ  ପେଟ୍ରୋଲିଂ କରୁଥିବା ସମୟରେ  ଗୋଟିଏ ଟାଟୋସୋମ ଗାଡି ଦୃତଗତିରେ ସେହି ରାସ୍ତାରେ ପଳାଇ ଯାଉଥିବାର ଦେଖି  ସେହି ଗାଡି କୁ ଗୋଡାଇ  ଅଟକାଇ ଥିଲେ, ସେହି ଗାଡି କୁ ଖାନତଲାସି କରିବାରୁ ଗାଡି ସିଟଭିତରେ ଗଜେଂଇ କ୍ୟାକ ପ୍ୟାକେଟ ବୋଝେଇ ହୋଇରହିଥିଲା । ଗାଡିରେ ବସିଥିବା ଦୁଇଜଣ ମହିଳା ଓ ୩ଜଣପୁରଷ ଙ୍କୁ ଗିରଫ କରି  ଗଜେଂଇ ବୋଝେଇ ଗାଡି ଜିଲ୍ଲାଅବକାରି ବିଭାଗ କାର୍ଯ୍ୟାଳୟକୁ ଆଣି ଉକ୍ତ ଗଜେଂଇ ପ୍ୟାକେଟ ଗୁଡିକୁ ଖୋଲି ଓଜନ କରାଯାଇଥିଲା । ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ଗାଡି ସିଟ ତଳେ ଚ୍ୟାମ୍ବର ମଧ୍ୟରୁ ୧୧୨କେଜି ଓଜନର ମୁଲ୍ୟବାନ ଶିଳାବତୀ ଗଜେଂଇ କେକ୍ ମିଳିଥିଲା । ଜବତ ଗଜେଂଇ କେକ୍ ଗୁଡିକ ର ମୂଲ୍ୟ ପ୍ରାୟ ୬ଲକ୍ଷଟଙ୍କା ହେବ ବୋଲି ଜଣାପଡିଛି । ଝାଡଖଣ୍ଡ ବିହାରର ନିବାସୀ ମହିଳା ମୀରା ସିଂ,ମୁନିକୁମାରୀ,ଜିତେନ୍ଦ୍ର କୁମାର,ଅଜୟ ମହୋତ,ରାମସୁଧନ ରାୟ ଙ୍କୁ ଅବକାରୀ ବିଭାଗ ଗିରଫ କରି ଜେରାକରିବାରୁ ଜଣାପଡିଛି ଏମାନେ ଏକ ଟାଟାସୋମ ଜୀପରେ ଚିତ୍ରକୋଣ୍ଡା ଆରଏସି ୫ଗ୍ରାମରୁ ଚୋରାରେ ଗଜେଂଇ କ୍ରୟକରି ବିହାର କୁ ଚାଲାଣ କରିବା ପାଇଁ ନେଉଥିଲେ ।  ଆଜି ଅପରାହ୍ନରେ  ମାଲକାନଗିର ଜିଲ୍ଲାଅବକାରୀ କାର୍ଯ୍ୟାଳୟ ଠାରେ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଗିରଫ ୫ଜଣଙ୍କୁ ଉପସ୍ଥିତ କରି ସେମାନଙ୍କ ଗଜେଂଇ ଚୋରା ଚାଲାଣ କାରବାର ସଂପର୍କରେ ସୁଚନା ଦେଇଛନ୍ତି, ଏବେ ଚୋରା ଗଜେଂଇ ବେପାରି ମାନେ ମହିଳା ମାନଙ୍କୁ ଗାଡିରେ ବସାଇ ଗଜେଂଇ ଚୋରା ଚାଲାଣକରୁଛନ୍ତି, ଗାଡିରେ ମହିଳା ବସିଥିଲେ ପୁଲିସ କିମ୍ବା ଅବକାରୀ ବିଭାଗ ଖାନତଲାସି କରିବା ପାଇଁ ଗୁରୁତ୍ୱ ଦେବେ ନାହିଁ, ସେହି ସୁଯୋଗରେ ବେପାରି ମାନେ ଗଜଂଇ ଚାଲାଣରେ ମହିଳା ଓ ଯୁବତୀ ମାନଙ୍କୁ ନିୟୋଜିତ କରୁଥିବାର ଜଣାପଡିଛି । ଏହି ଗଜେଂଇ ଚୋରା ଚାଲାଣରେ ରାମଦାସ, ବାବୁଲିସିସା,ନାରାୟଣ ନାମକ ଯୁବକ ମାନଙ୍କର ସଂପୃକ୍ତିଥିବାର ଗିରଫ ହୋଇଥିବା ବ୍ୟକ୍ତି ମାନେ କହିଛନ୍ତି । ଏହି ଗଜେଂଇ ଚୋରା ଚାଲାଣରେ ସଂପୃକ୍ତିଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ଖବଶିଘ୍ର ଗିରଫ କରାଯିବ, ଜିଲ୍ଲାଅବକାରୀ ବିଭଗପକ୍ଷରୁ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ସହ ଚୋରା ଗଜେଂଇ ଚାଲାଣ କାରି ଙ୍କ ଉପରେ ଚଢାଉ ଜାରିରହିଛି ବୋଲି ଶ୍ରୀସେଠ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.