Home ଜିଲ୍ଲା ପରିକ୍ରମା ନାଗରିକତ୍ୱ ସଂଶୋଧନ ଆଇନ ପ୍ରତ୍ୟାହର ଓ ୯ଦଫା ଦାବିନେଇ ଆଦିବାସୀ,ହରିଜନ.ସଂଖ୍ୟାଲାଗୁ ସଂଘ ପକ୍ଷରୁ ସୋଭାଯାତ୍ରା...

ନାଗରିକତ୍ୱ ସଂଶୋଧନ ଆଇନ ପ୍ରତ୍ୟାହର ଓ ୯ଦଫା ଦାବିନେଇ ଆଦିବାସୀ,ହରିଜନ.ସଂଖ୍ୟାଲାଗୁ ସଂଘ ପକ୍ଷରୁ ସୋଭାଯାତ୍ରା ଓ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ

124

ମାଲକାନଗିରି,୨୬ା୧୨(ଓଡିଆ ପୁଅ )ସମଗ୍ର ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ କୁ ନେଇ ବିକ୍ଷୋଭ,ପ୍ରତିବାଦ ଆନ୍ଦୋଳ ଚାଲିଥିବା ବେଳେ ସେଥିରୁ ବାଦପଡିନାହିଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା । ନାଗରିକତ୍ୱ ସଂଶୋଧନ ଆଇନ ପ୍ରତ୍ୟାହାର ଓ ୯ଦଫା ଦାବିନେଇ ଆଜି  ମାଲାକନଗିରି ଜିଲ୍ଲା ଆଦିବାସୀ,ହରିଜନ,ଓବିସି,ସଂଖ୍ୟାଲଘୁ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ  ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାସହିତ ମାନ୍ୟବର ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ  ଏକ ସ୍ମାରକପତ୍ର । ଆଜି  ଏମ.ସି,ଏସ.ଟି,ଓବିସି ସଂଖ୍ୟାଲଘୁ ସଂଘର ସଭାପତି ଘେନୁ ମୁଦୁଲି, ଉପଦେଷ୍ଠା ବାଲରାଜୁ ଗେମେଲ,ଉପସଭାପତି ଜରାଶବର ମାଡି,ସଂପାଦକ ବ୍ରଜ ମାଝୀ,ସହ ସଂପାଦକ ସନାତନ କବାସୀ ଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ମହିଳା ,ପୁରୁଷ ମାନେ ହାତରେ ପ୍ଲାକାର୍ଡ ଧରି ହାଟପଦା ଠାରୁ  ଏକ ବିରାଟ ସୋଭା ଯାତ୍ରା ରେ ବାହାରି  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ଏକ ସାଧାରଣ ସଭାରେ ନାଗରିକତ୍ୱ ସଂଶୋଧନ ଆଇନ ସମ୍ବିଧାନର ମୌଳିକ ଢାଚାଂକୁ ବିରୋଦ୍ଧାଚାରଣ କରୁଛି,ଧର୍ମନାମରେ ବିଦେଶି ଶରଣାର୍ଥୀଙ୍କୁ ନାଗରିକ୍ୱତ ଦେବା ଓ ମୁସଲମାନ ମାନଙ୍କୁ ଏଥିରୁ ବାଦଦେବା ସମ୍ବିଧାନ ଓ ଧର୍ମନିରପେକ୍ଷକ ତୁରନ୍ତପ୍ରତ୍ୟାହାର କରିବା, ମାଲାକନଗିରି ଜିଲ୍ଲାରେ ସ୍ଥାନୀୟ ଆଦିବାସୀ ହରିଜନ ଙ୍କୁ ବିଭିନ୍ନ ଚାକିରିରେ ଅଗ୍ରାଧିକାର ଭିତିରେ ନୁଯୁକ୍ତି ଦେବା,ଦୀର୍ଘବର୍ଷହେଲା ମାଲାକନଗିରି ଚମ୍ପାନଗରଠାରେ ବିଇଡି କଲେଜ ସ୍ଥାପନ ହୋଇଥିଲେ ମଧ୍ୟ ଏହି କଲେଜଟି ଉଦଘାଟନ କରାଯାଇନଥିବାରୁ ତାହା କାର୍ଯ୍ୟକାରି ହୋଇ ନାହିଁ,ତୁରନ୍ତ କଲେଜଟିକୁ କାର୍ଯ୍ୟକାରି କରିବା,ଚାଷୀମାନଙ୍କ ପାଇଁ ଟୋକନବ୍ୟବସ୍ଥା ଉଛେଦ କରିବା,ଜଙ୍ଗଲ ଜମିରୁ ମଣ୍ଡିରେ ଧାନ କ୍ରୟ କରିବା,ଆଦିବାସୀ ଜମିକୁ ହଡପ କରିଥିବା ଅଣଆଦିବାସୀଙ୍କ ଠାରୁ ଫେରାଇଆଣିବା,ବୁଡିଅଚଂଳ ବାସୀଙ୍କୁ ତୁରନ୍ତ ଜମିପଟା ପ୍ରଦାନକରିବା,୨୦୧୭-୧୮ ବନ୍ୟା ମରୁଡି ପ୍ରଭାବିତ ଅଚଂଳରେ ସରକାରଙ୍କ ତରଫରୁ ଚାଷୀମାନଙ୍କୁ ମିଳିନଥିବା ସହାୟତା ପ୍ରଦାନକରି ସେମାନଙ୍କ ବ୍ୟଙ୍କ,ଲ୍ୟାମ୍ପସ ରୁ ରୁଣଛାଡ କରିବା,ମାଓଭୟରେ ବିସ୍ଥାପିତ ଙ୍କୁ କର୍ମ ନିଯୁକ୍ତି ଓ ଗୃହ ଯୋଗାଇଦେବା,ବାର୍ଧକ୍ୟଭତା,ବିଧବା ଭତା ୩୦୦୦ ଟଙ୍କାକୁ ବୃଦ୍ଧିକରିବା ଦାବିପୁରଣ ନେଇ ଜିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ନିକଟକୁ ଏକ ସ୍ମାରକ ପତ୍ର ପଠାଇଥିଲେ । ଏହି ସୋଭା ଯାତ୍ରାରେ ଅନ୍ୟାନମାନଙ୍କ ମଧ୍ୟରେ ଭୁପେଶ କର୍ମକାର,ମଙ୍ଗଳା ମାଡକାମି,ଦେବେନ୍ଦ୍ର ପଡିଆମି,ବୁଦୁ ମାଝୀ,ନିରଜଂନ ଗୁଠାଂ,କୃଷ୍ଣପାଣ୍ଡି,ଯୁଦ୍ଧିଷ୍ଟର ବେହେରା ପ୍ରମୁଖ ଙ୍କ ସହିତ ଶତାଧିକ ଆଦିବାସୀ ମହିଳା ପୁରଷ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.