Home ଜିଲ୍ଲା ପରିକ୍ରମା ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ

42

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରକ୍ତ କେନ୍ଦ୍ର ଓ ଫେକର ଆନୁକୂଲ୍ୟରେ ଆଜି ଶହୀଦ ସ୍ମୃତି ଭବନରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ , ଧାମନଗର ବ୍ଲକର ଅଧ୍ୟକ୍ଷ ଅଶୋକ କୁମାର ନାୟକ, ତିହିଡ଼ି ବ୍ଲକର ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ବ୍ଲଡ଼ବ୍ୟାଙ୍କର ଅଧିକାରୀ ଡ଼ା. ବିମଳା ମିଶ୍ର, ଏ.ଡ଼ି.ଏମ୍‌. ପି.ଏଚ୍‌. ଡ଼ା ଭରତୀ ରାଉତ, ଫେକରର ଆଇ.ଆର୍‌. ନିରଞ୍ଜନ ସାହୁ ଏବଂ ମୁଖ୍ୟ ପ୍ରଶାସକ ଅଶୋକ କୁମାର ସେଠୀ ପ୍ରମୁଖ ଏଥିରେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ରକ୍ତଦାନ ଦିବସ ପାଳନର ଆଭିମୁଖ୍ୟ, ରକ୍ତଦାନ କାହିଁକି ମହତ ଦାନ, ରକ୍ତଦାନର ଆବଶ୍ୟକତା, ରକ୍ତ ଦାନ ଶିବିର ଆୟୋଜନ ଏବଂ ଆୟୋଜକମାନଙ୍କର ଭୂମିକା, ଗ୍ରାମାଞ୍ଚଳ ଓ ଆଗାମୀ ଯୁବପୀଢ଼ିଙ୍କ ମଧ୍ୟରେ ରକ୍ତଦାନ ପାଇଁ ଆଗ୍ରହ ସୃଷ୍ଟି କରାଯିବା ନେଇ ସଚେତନତା ସୃଷ୍ଟି କରାଯିବା ଆଦି ବିଷୟରେ ଆଲୋକପାତ କରିଥିଲେ । ରକ୍ତଦାନ କାର୍ଯ୍ୟକ୍ରମ ପାଇଁ କାଉନ୍‌ସେଲର ରତିକାନ୍ତ ବଳ ଅତିଥି ପରିଚୟ ଦେବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରକ୍ତଦାନ ଶିବିର ର ଆୟୋଜକ, ରକ୍ତଦାତା, ସ୍ୱେଚ୍ଛାସେବୀମାନେ ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଲାବୋରେଟୋରୀ ଟେକ୍‌ସିଆନ୍ ସୁଧାଂଶୁ ବେହେରା ଏବଂ ରବିନାରାୟଣ ଖୁଣ୍ଟିଆଙ୍କ ସହ ରୂପକ ସେନାପତି, ପ୍ରକାଶ ଚନ୍ଦ୍ର ବେହେରା, ପ୍ରଗତି ଭୂୟାଁ, ରବିନ୍ଦ୍ର ଜେନା, ରଘୁନାଥ ପଣ୍ଡା, ହିତିଶ୍ରୀ ଚୌହାନ, ସେକ୍ ବୁଦ୍ଧିଆ, ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁଷଙ୍ଗିକ ସହଯୋଗ କରିଥିଲେ । ରକ୍ତଦାନ ଶିବିର ଆୟୋଜନରେ ବିଶେଷ ଅବଦାନ ପାଇଁ ୧୮୦ ଆୟୋଜକ ମଧ୍ୟରୁ ଉପସ୍ଥିତ ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.