Home କେନ୍ଦୁଝର ଟ୍ରାକ୍ଟର ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର

ଟ୍ରାକ୍ଟର ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର

36

ହାଟଡିହି, ୧ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଛେନାପଦିଛକ ନିକଟସ୍ଥ ବଉଳା ରାସ୍ତାରେ ସ୍କୁଲ ଯିବା ସମୟରେ ଜଣେ ସ୍କୁଲଛାତ୍ରୀଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଶାସଙ୍ଗ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ ଚିନ୍ମୟୀ ଯେନା ଆଜି ସକାଳେ ସ୍କୁଲକୁ ଯାଉଥିବାବେଳେ ବଉଳା ରାସ୍ତାରେ ସମ୍ମୁଖରୁ ଆସୁଥିବା ଏକ ବାଲିବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇ ତାର ଗୋଡ ଉପରେ ଚଢ଼ିଯାଇଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ଛାତ୍ରୀଙ୍କୁ ଉଦ୍ଧାରକରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି । ଏହାକୁନେଇ ସ୍ଥାନୀୟ ଅଞ୍ଚଳରେ କିଛିସମୟ ଉତ୍ତେଜନୋ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.