Home କେନ୍ଦୁଝର ବିଶ୍ୱତାରିଣୀ ଉଚ୍ଚମାଧ୍ୟମିକ ମହିଳା ବିଦ୍ୟାଳୟରୁ ଚୋରୀ

ବିଶ୍ୱତାରିଣୀ ଉଚ୍ଚମାଧ୍ୟମିକ ମହିଳା ବିଦ୍ୟାଳୟରୁ ଚୋରୀ

15

ହାଟଡିହି, ୧ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଛେନାପଦିଛକରେ ଥିବା ମା ବିଶ୍ୱତାରିଣୀ ଉଚ୍ଚମାଧ୍ୟମିକ ମହିଳା ବିଦ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗତକାଲି ରାତିରେ କେହି ଦୁର୍ବୁତ ଅଫିସର ଓ ଏହାର ପାଖ ଘରର ୫ଟି ତାଲା ଭାଙ୍ଗି ୨ଟି କମ୍ପ୍ୟୁଟର, ୨ଟି ପ୍ରିଣ୍ଟର, ସିସିଟିଭି, ଡେକ୍ସଟପ, କମ୍ପ୍ୟୁଟର ବ୍ୟାଟେରୀ, ଇନଭଟର ମେସିନି, ଗ୍ରାଇଣ୍ଡର ସମେତ ଅନେକ ସାମଗ୍ରୀ ଲୁଟି ନେଇଛନ୍ତି । ଆଜିସକାଳୁ କର୍ମଚାରୀମାନେ କଲେଜକୁ ଆସିବାପରେ ଏପରି ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ବିଦ୍ୟାଳୟର ଅଧକ୍ଷା ତୁରନ୍ତ ନନ୍ଦିପଦା ଥାନାକୁ ଜଣାଇବାପରେ ନନ୍ଦିପଦା ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି । ଲୁଟେରାମାନେ ଅତିସନ୍ତର୍ପଣରେ ଚୋରୀ କରିଥିଲେ ମଧ୍ୟ ସମ୍ମୁଖ ଭାଗ ଗେଟର ତାଲା ନଭାଙ୍ଗିବା ଓ ଏତେସବୁ ସାମଗ୍ରୀ କେଉଁବାଟେ ବାହାରକୁ ନେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.