Home ଜିଲ୍ଲା ପରିକ୍ରମା ଜାତୀୟ ସୁରକ୍ଷା ବରିଷ୍ଠ ଉପଦେଷ୍ଠା ଙ୍କ ସହିତ ଉଚ୍ଚପୁଲିସ ଅଧିକାରୀଙ୍କ ସ୍ୱାଭିମାନ ଅଚଂଳ ଗସ୍ତ ,...

ଜାତୀୟ ସୁରକ୍ଷା ବରିଷ୍ଠ ଉପଦେଷ୍ଠା ଙ୍କ ସହିତ ଉଚ୍ଚପୁଲିସ ଅଧିକାରୀଙ୍କ ସ୍ୱାଭିମାନ ଅଚଂଳ ଗସ୍ତ , ମାଓଦମନ ନେଇ ଉଚ୍ଚସ୍ତରୀୟ ବୈଠକ

124

ମାଲକାନଗିରି,୧୫ା୨(ଓଡିଆ ପୁଅ )  ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ବରିଷ୍ଠ ଉପଦେଷ୍ଠା ଓ ଗୃହ ମନ୍ତ୍ରାଳୟର ମୁଖ୍ୟ ପରାମର୍ଶଦାତା କେ.ବିଜୟକୁମାର ଓ ଆନ୍ଦ୍ରପ୍ରଦେଶ ଓଡିଶା ର ଉଚ୍ଚପୁଲିସ ଅଧିକାରୀ ଙ୍କ ସହିତ ବିଏସଏଫ ଉଚ୍ଚଅଧିକାରୀ ମାଓଗଡ ସ୍ୱାଭିମାନ ଅଚଂଳ ପରିଦର୍ଶନ କରିବା ସହ ମାଲକାନଗିରି ଜିଲ୍ଲାସଦର ମହକୁମା ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଉନ୍ନୟନ କାର୍ଯ୍ୟ ଓ ମାଓସମସ୍ୟା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଆଜି ବିଶାଖାପାଟଣାରୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଭାରତ ସରକାରଙ୍କ ସ୍ୱତନ୍ତ୍ର ସୁରକ୍ଷା ବିଭାଗ ବରିଷ୍ଠ ଉପଦେଷ୍ଠା କେ.ବିଜୟକୁମାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ର ମାଓଗଡ ଭାବେ ପରିଚିତ ବଡପଡା,ପାପରମେଟଲା ଥାନା,ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ସେଠାରେ ନିୟୋଜିତ ଥିବା ବିଏସଏଫ ଯବାନ,ଓଡିଶା ପୁଲିସ ଓ ଆଇଆରବି ଯବାନ ମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିବାସହିତ,ସ୍ୱାଭିମାନ ଅଚଂଳରେ ଉନ୍ନୟନ କାର୍ଯ୍ୟ,ମାଓମସ୍ୟା ଓ ରଣନିତୀ ସଂପର୍କରେ ଆଲୋଚନା କରିଥିଲେ । ଅପରାହ୍ନରେ ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ସଭାଗୃହ ଠାରେ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ କେନ୍ଦ୍ରୀୟ ସୁରକ୍ଷା ବିଭାଗ ବରିଷ୍ଠ ଉପଦେଷ୍ଠା ଶ୍ରୀ ବିଜୟକୁମାର ଯୋଗଦେଇ ଉଚ୍ଚପୁଲିସ ଅଧିକାରୀ ମାନଙ୍କ ସହିତ ମାଓଦମନ ଓ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଚଂଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁରକ୍ଷାବାହିନୀ ଭଲକାର୍ଯ୍ୟ କରୁଥିବାରୁ ମାଓହିଂସା କମିଛି । କେନ୍ଦ୍ର ଓ ରାଜ୍ୟସରକାର ଙ୍କ ବିଭିନ୍ନ ଉନ୍ନୟନମୁଳକ ଯୋଜାନା ଗୁଡିକ କାର୍ଯ୍ୟକାରି ହୋଇ ସରକାରି ଯୋଜନା ଗୁଡିକର ସୁଫଳ ଗରିବ ଲକୋଙ୍କ ନିକଟରେ ପହଁଚିପାରିଛି,ସ୍ୱତନ୍ତ୍ର ଭାବେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ କୁ ଗୁରୁତ୍ୱ ଦିଆ ଯାଇ ସେଠାରେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜାନା କାର୍ଯ୍ୟକାରି କରିବାସହିତ ସ୍ୱାଭିମାନ ଅଚଂଳରେ ସ୍ୱତନ୍ତ୍ର ଭାବେ ଉନ୍ନୟନମୁଳକ କାର୍ଯ୍ୟର ଯୋଜନା କରାଯାଉଥିବାରୁ ମାଓ ହିଂସାକମିଛ,ଗ୍ରାମବାସୀ ମାନେ ମାଓବାଦୀଙ୍କ ଠାରୁ ଦୁରେଇ ସରକାରଙ୍କୁ ସମର୍ଥନ ଜଣାଉଥିବାରୁ ଆଗାମୀ ଦିନରେ ସ୍ୱାଭିମାନ ଅଚଂଳରୁ ମାଓସମସ୍ୟା ଦୁର ହୋଇଯିବ ବୋଲି ଗଣମାଧ୍ୟମକୁ ଶ୍ରୀ ବିଜୟକୁମାର କହିଛନ୍ତି । ଶ୍ରୀ ବିଜୟକୁମାର ଙ୍କ ସହିତ କୋରାପୁଟ ଡିଆଇଜି ସଫିନ ଅହମଦ କେ, ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ , ବିଶାଖାପାଟଣା ଏସପି ବାବୁଜୀ ଆତଡା,ବିଏସଏଫ ଡିଆଇଜି, ବିଏସଏଫ କମାଣ୍ଡେଂଟ ଙ୍କ ସହିତ ଅନ୍ୟାନ ଉଚ୍ଚପୁଲିସ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.