Home ଅପରାଧ ପୁରୀ-ସମ୍ବଲପୁର  ଇଣ୍ଟରସିଟି ଟ୍ରେନରୁ ଖସିପଡିଲେ ଯୁବତୀ

ପୁରୀ-ସମ୍ବଲପୁର  ଇଣ୍ଟରସିଟି ଟ୍ରେନରୁ ଖସିପଡିଲେ ଯୁବତୀ

220

ଭୁବନେଶ୍ୱର ୧୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆସନ୍ତା କାଲି ନିଜର ବିବାହ ପ୍ରସ୍ତାବର ନିର୍ବନ୍ଧ କରିବାକୁ ଭାଇ ଭୋଉଣୀ ଆଜି ଭୁବନେଶ୍ୱରରୁ ସମ୍ବଲପୁରକୁ ବ୍ୟସ୍ଥତା ମଧ୍ୟରେ ଯାଉଥିବା ବେଳେ ଭୁବନେଶ୍ୱର ନଂ-୧ ପ୍ଲାଟଫର୍ମରେ  ଭୁବନେଶ୍ବର ଷ୍ଟେସନରେ ପୁରୀ ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରୁ ଖସିପଡ଼ି ଯୁବତୀ ଆହତ ହୋଇଛନ୍ତି ।

 

ଚଳନ୍ତା ଟ୍ରେନ୍ ରେ ଚଢୁଥିବା ବେଳେ ଏପରି ଦୁର୍ଘଟଣା ହୋଇଥିବା ସିସିଫୁଟେଜ୍ ରୁ ଜଣାପଡିଛି । ଯୁବତୀଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିଛନ୍ତି ଭୁବନେଶ୍ୱର ପ୍ଲାଟଫର୍ମରେ କତ୍ତବ୍ୟରେ ଥିବା ଆରପିଏଫ ସୁବ୍ରତ ମହାରଣା । ଉକ୍ତ ଘଟଣାଟି ସିସିଟିଭିରେ ରେର୍କଡ ହୋଇଥିବା ଦେଖିବାକୁ ମିଳିଛି । ଆହତ ଯୁବତୀଙ୍କୁ ତୁରନ୍ତ ଆରପିଏଫ ପକ୍ଷରୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.