Home ଜିଲ୍ଲା ପରିକ୍ରମା ଜାତୀୟ ବାଳିକା ଦିବସ ପାଳିତ

ଜାତୀୟ ବାଳିକା ଦିବସ ପାଳିତ

131

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଶାରଦା ବିଦ୍ୟାମନ୍ଦିର ପରିସରରେ ଆଜି ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ଭଦ୍ରକ ଜନଶିକ୍ଷଣ ସଂସ୍ଥାନ ଆନୁକୂଲ୍ୟରେ ଓ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଓରମାସ ବିଭାଗ କାର୍ଯ୍ୟକ୍ରମ ଉପ ପରିଚାଳକ ସଞ୍ଜୟ କୁମାର ବାରିକ ମୁଖ୍ୟଅତିଥି ଭାବେ ଉଦଘାଟନ କରିଥିଲେ। ଜନଶିକ୍ଷଣ ସଂସ୍ଥା ନିର୍ଦ୍ଦେଶିକା ଆରତୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଦିବସ ପାଳନରେ ଭଦ୍ରକ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଆସିଆନା’ ଅଧ୍ୟକ୍ଷା ସୋଫିଆ ଶେଖ ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଳିକା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଜନଶିକ୍ଷଣ ସଂସ୍ଥାନ ଦ୍ୱାରା ପ୍ରଶିକ୍ଷିତ ହିତାଧିକାରୀମାନେ ବାଳିକା ଦିବସ ପାଳନରେ ମତାମତ ଦେବା ସହ ସ୍ଳୋଗାନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଶିକ୍ଷକ ପବନ କୁମାର ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସ୍ଥାନ ପ୍ରୋଗ୍ରାମ ଅଫିସର ଗଜେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.