Home ଖେଳ ରଘୁନାଥପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ ୧୧ ଷ୍ଟାର ଯାଜପୁର ଓ ଭଦ୍ରକ ୟୁନିକ୍ ଏକାଡେମୀ

ରଘୁନାଥପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ ୧୧ ଷ୍ଟାର ଯାଜପୁର ଓ ଭଦ୍ରକ ୟୁନିକ୍ ଏକାଡେମୀ

67

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ରଘୁନାଥପୁର କ୍ରିକେଟ ପଡିଆରେ ଅନୁଷ୍ଠିତ ଅଦୈତ ନାୟକ ମେମୋରିଆଲ ୧୬ତମ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଓ ୪ର୍ଥ କ୍ୱାଟର ଫାଇନାଲ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଯାଇଛି। ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଉତ୍କଳିକା ସ୍ପୋଟିଂ ବାସୁଦେବପୁର ସହ ୧୧ ଷ୍ଟାର ଯାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉତ୍କଳିକା ସ୍ପୋଟିଂ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଏହି ଦଳ ନିର୍ଦ୍ଧାରିତ ୧୬.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୦୭ ରନ ସ୍କୋର କରିଥିଲା। ଦଳର ବ୍ୟାଟ୍ସମ୍ୟାନ ଦିବ୍ୟଜ୍ୟୋତି ପଣ୍ଡା ୨୯ ରନ, ପ୍ରଣବ ଦାସ ୧୯ ରନ ଓ ମାନସ ମୁଦୁଲି ୧୭ ରନ ସ୍କୋର କରିଥିଲେ। ପ୍ରତିପକ୍ଷ ଦଳର ବୋଲର ଚନ୍ଦନ ନାୟକ ୪ ଉଇକେଟ ଭରତ ସାହୁ ଓ ରାଜ ପଟେଲ ପ୍ରତ୍ୟେକ ୨ ଉଇକେଟ ହାସଲ କରିଥିଲେ। ଜବାବରେ ୧୧ଷ୍ଟାର ଯାଜପୁର ଅନ୍ତିମ ବଲରେ ଛକା ମାରି ୯ ଉଇକେଟ ହରାଇ ୧୧୨ ରନ ସ୍କୋର କରି ବିଜୟୀ ହୋଇଥିଲା। ଦଳର ବ୍ୟାଟ୍ସମ୍ୟାନ ସୌମ୍ୟରଞ୍ଜନ ବିଶ୍ୱାଳ ୩୩ ରନ ଓ ଅଂଶୁମାନ ନାୟକ ୧୩ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଡଲଫିନ ଦାସ ୩ ଉଇକେଟ ଓ ମାନସ ମୁଦୁଲି, ଜ୍ୟୋତି ଦାସ ଓ ତାପସ ରାଉତ ପ୍ରତ୍ୟେକ୨ ଉଇକେଟ ଲେଖାଏଁ ଅକ୍ତିଆର କରିଥିଲେ।

ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ୧୧ ଷ୍ଟାର ଦଳର ଚନ୍ଦନ ନାୟକଙ୍କୁ ଶ୍ରୀଜୟ ମହାପାତ୍ର ପୁରସ୍କୃତ କରିଥିଲେ। ଦ୍ୱିତୀୟାର୍ଦ୍ଧରେି ଅନୁଷ୍ଠିତ ୪ର୍ଥ କ୍ୱାଟର ଫାଇନାଲ ମ୍ୟାଚ ୟୁନିକ୍ କ୍ରିକେଟ ଏକାଡେମୀ, ଭଦ୍ରକ ଓ ନିମପୁର କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିମପୁର କଟକ ଦଳ ଟସ ଜିଣି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ୟୁନିକ୍ କ୍ରିକେଟ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୬ ରନ ସ୍କୋର କରିଥିଲା। ଦଳର ବ୍ୟାଟ୍ସମ୍ୟାନ ଦିବ୍ୟଶକ୍ତି ଚକ୍ରବର୍ତ୍ତି ୯୩ ରନ, ସତ୍ୟକାମ ଭରଦ୍ୱାଜ ୪୩ ରନ ଓ ଆଶିଷ କୁମାର ୨୮ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଏମ.ଡି. ଡ୍ୟାନିସ ୨ଉଇକେଟ ଓ ଅମରଜିତ ସିଂ ୧ ଉଇକେଟ ଲେଖାଏଁ ହାସଲ କରିଥିଲେ। ଜବାବରେ ନିମପୁର କଟକ ୧୮.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୭୮ ରନ କରି ପରାଜିତ ହୋଇଥିଲା। ଦଳର ବ୍ୟାଟ୍ସମ୍ୟାନ ଗିରିଜା ରାଉତ ୪୧ ରନ, ବିକ୍ରମ ସାମଲ ୫୮ ରନ ଓ ଅଜୟ ରାଉତ ୩୮ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଚିନ୍ମୟ ପରିଡା ୪ ଉଇକେଟ ଓ କ୍ଷମାସାଗର ବଳ ୩ ଉଇକେଟ ହାସଲ କରିଥିଲେ। ଦିବ୍ୟଶକ୍ତି ଚକ୍ରବର୍ତ୍ତି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଅମ୍ପାୟାର ଲଲାଟ କେଶରୀ ନନ୍ଦ ଓ ରଞ୍ଜନ ମହାନ୍ତି ଖେଳ ପରିଚାଳନା କରିଥିଲେ। ଜୟନ୍ତ ନାୟକ, ବୀରନାରାୟଣ ମାଝୀ ଓ ରଘୁନାଥ ମାଝୀ ସ୍କୋରର ଏବଂ ବିଷ୍ଣୁ ବୋଇତାଇ ଓ ପ୍ରଦୀପ୍ତ ନାୟକ ଧାରା ବିବରଣୀ ଦେଇଥିଲେ। ମଙ୍ଗଳବାର ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.