Home ଜିଲ୍ଲା ପରିକ୍ରମା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଜଗନ୍ନାଥ ରାଉତଙ୍କ ୭୯ତମ ଜନ୍ମଜୟନ୍ତୀ ପାଳିତ

ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଜଗନ୍ନାଥ ରାଉତଙ୍କ ୭୯ତମ ଜନ୍ମଜୟନ୍ତୀ ପାଳିତ

14

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ କଂଗ୍ରେସନେତା, ପୂର୍ବତନ ମନ୍ତ୍ରୀ ତଥା ଧାମନଗରର ପୂର୍ବତନ ବିଧାୟକ ସ୍ୱର୍ଗତ ଜଗନ୍ନାଥ ରାଉତଙ୍କ ୭୯ତମ ଜନ୍ମଜୟନ୍ତୀ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧାମନଗର ମେଡ଼ିକାଲରେ ରୋଗୀମାନଙ୍କୁ ଫଳବଂଟନ କରାଯାଇଥିଲା । ଏହି ଅବସରରେ ବ୍ଲକ କଂଗ୍ରେସ ସଭାପତି ଅଭିଷେକ ରାଉତ, ବ୍ଲକ ଉପସଭାପତି ପ୍ରଦୀପ୍ତ କିଶୋର ଦାସ, ଜିଲ୍ଳା ସମ୍ପାଦକ ହରିହର ସାହୁ, ବରିଷ୍ଠ କଂଗ୍ରେସ ନେତା ଚିନ୍ତାମଣୀ ବାରିକ, ଭାଗିରଥି ପରିଡା, ହରିହର ଦେବତା, ରବିନ୍ଦ୍ର ଜେନା, ରବିନ୍ଦ୍ର ନାୟକ, ରଜତ ପଣ୍ଡା, ପ୍ରମୋଦ କୁମାର ସ୍ୱାଇଁ, ଜୟପ୍ରକାଶ ବେହେରା, ସଂଜୀତ ତ୍ରିପାଠୀ କୃଷ୍ଣଚନ୍ଦ୍ର ଦାସ, ମାନସ ମହାପାତ୍ର ସମେତ ବହୁ କଂଗ୍ରେସ କର୍ମୀମାନେ ଉପସ୍ଥିତଥିଲେ । ଏହି ଅବସରରେ ଧାମନଗର ମେଡ଼ିକାଲର ଡ଼ାକ୍ତର ସମ୍ପୁର୍ଣ୍ଣା ବଳ ଓ ମିତାଲି ଶ୍ରୀବାସ୍ତବ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.