Home ଓଡ଼ିଶା ଉତ୍କୋଚ ନେବା ବେଳେ ଇଏସଆଇ କର୍ମଚାରୀ ଗିରଫ

ଉତ୍କୋଚ ନେବା ବେଳେ ଇଏସଆଇ କର୍ମଚାରୀ ଗିରଫ

150

ସମ୍ବଲପୁର, ୨୨/୧୦ (ଓଡ଼ିଆ ପୁଅ) କର୍ମଚାରୀ ଭବିଷ୍ୟନିଧି ପାଣ୍ଠି-ଇଏସଆଇର ରାଉରକେଲା ଇଏସଆଇ ଜୋନାଲ ହସପିଟାଲର ଏକାଉଣ୍ଟସ ସେକ୍ସନର ବରିଷ୍ଠ କିରାଣୀ ଗୋବିନ୍ଦ ଚରଣ ମଲ୍ଲିକ ବିଭାଗୀୟ ଆମ୍ବୁଲାନ୍ସ ଚାଳକ ବୈରାଗୀ ବେହେରାଙ୍କ ଠାରୁ ଏକ ହଜାର ଟଙ୍କା ଉତ୍କୋଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଶ୍ରୀ ବେହେରା ତାଙ୍କ ଜିପିଏଫ ପାଇବା ପାଇଁ ରାଉରକେଲାର କାଂସବାହଲ ଠାରେଥିବା ଇଏସଆଇ ଜୋନାଲ ହାସ୍ପାତାଲର କାର୍ଯ୍ୟାଳୟର ଦରଖାସ୍ତ କରିଥିଲେ। ତେବେ ଏହି ବିଲ ମଞୁର କରାଯିବା ବଦଳରେ ତାଙ୍କୁ ଉପୁରି ମଗାଯାଉଥିବା ନେଇ ସେ ଭିଜିଲାନ୍ସ ବିଭାଗଠାରେ ଅଭିଯୋଗ କରିଥିଲେ। ଏହି କ୍ରମରେ କଥିତ ବରିଷ୍ଠ କିରାଣୀ ଗୋବିନ୍ଦ ଚରଣ ମଲ୍ଲିକ ଆଜି ପୂର୍ବାହ୍ନରେ କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କ ଠାରୁ ଏକ ହଜାର ଟଙ୍କା ଉକ୍ରୋଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଧରା ପଡ଼ିଥିଲେ। ତାଙ୍କଠାରୁ ଉକ୍ତ ଟଙ୍କା ଜବତ କରାଯାଇ ଗିରଫ କରାଯାଇ ଏବାବଦରେ ଅଧିକ ତଦନ୍ତ ଜାରୀ ରହିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଏ ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ ନମ୍ବର ୫୩ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.