Home କେନ୍ଦୁଝର ଜମ୍ଭରା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ପରଲୋକ

ଜମ୍ଭରା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ପରଲୋକ

88

ହାଟଡିହି-୨୭/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଜମ୍ଭରାସ୍ଥିତ ଭାନୁପ୍ରଭା ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦେଓଙ୍କ ୫୯ବର୍ଷ ବୟସରେ ନିଜ ଜନ୍ମସ୍ଥାନ ଡଅଁର ଗ୍ରାମରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ତିନିବର୍ଷ ହେଲା କର୍କଟ ରୋଗରେ ପିଡିତ ଥାଇ ଭୁବନେଶ୍ୱରର ଏମ୍‌ସ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗତ କିଛିଦିନ ତଳେ ତାଙ୍କୁ ଘରକୁ ଫେରାଇ ଅଣାଯାଇଥିବାବେଳେ ସେ ଆଜି ସକାଳୁ ଗୁରୁତର ଅସୁସ୍ଥ ହୋଇପଡି ସକାଳ ୧୦ଟାବେଳେ ପ୍ରାଣତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଭାଇ ପ୍ରତାପ, ରଘୁ, ଭାଇବୋହୁ ପ୍ରଣତୀ, ଲୀନା, ପୁଅ ପ୍ରୀତମ, ଝିଅ ମାନୁ, ଲିଟୁ, ମାମା, ସୁନା, ଗୁଲୁ, ମିଲୁ, ଭଣଜା ପିଙ୍କୁ, ଟୁଟୁ, ଲିଲୁ, ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଡଅଁର, ଗେଡମା ଓ ଶାଳଣିଆଁ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବର ପାଇ ପୁର୍ବତନ ସରପଞ୍ଚ ଅନାଥ ଚନ୍ଦ୍ର ନାୟକ, ପ୍ରଫୁଲ କୁମାର ସେଠୀ, ବ୍ରଜ କିଶୋର ଜେନା, ରଞ୍ଜନ କୁମାର ପହି, ଉମାକାନ୍ତ ନାୟକ, ପଦ୍ମନାଭ ପରିଡା, ଦୀନବନ୍ଧୁ ବେହେରାଙ୍କ ସମେତ ଶାଳଣିଆଁ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶେଷଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଏଥିରେ ଦେଓ ପରିବାରର ସମସ୍ତ ସଦସ୍ୟ ଓ ଡଅଁର ଗ୍ରାମବାସୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.