Home ଜିଲ୍ଲା ପରିକ୍ରମା ଆମେ ଓଡିଆ ଫାଉଣ୍ଡେସନ ପକ୍ଷରୁ ଚାରା ବଣ୍ଟନ

ଆମେ ଓଡିଆ ଫାଉଣ୍ଡେସନ ପକ୍ଷରୁ ଚାରା ବଣ୍ଟନ

43

ହାଟଡିହି-୨୭/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆମ୍ବୋ ଠାରେ ଆମେ ଓଡିଆ ସଂଗଠନ ପକ୍ଷରୁ ଚାରା ବଣ୍ଟନ କରାଯାଇଛି । ଏଥିରେ ଆଇନ୍‌ଜିବୀ ରାଜ ନାରାୟଣ ରାଉତରାୟ, ପବିତ୍ର ମୋହନ ମହାପାତ୍ର, ପରିବେଶବିତ ବୈକୁଣ୍ଠ ବରାଳ, ବରିଷ୍ଠ ନାଗରିକ ପ୍ରଶାନ୍ତ ମହାପାତ୍ର, ସୌମେନ୍ଦ୍ର ପାତ୍ର, ଆଶିଷ କୁମାର ମହାପାତ୍ର, ସୁଭାଶିଷ ମହାପାତ୍ର, କୋଦଣ୍ଡଧର ମହାପାତ୍ର, କ୍ଷୀରୋଦ ରାଉତ, ପ୍ରଭାସ ପଟ୍ଟନାୟକ, ଚକ୍ରଧର ନାୟକ, ଠୁସିଆ ଦାସ, ଜ୍ୟୋତ୍ସ୍ନାରାଣୀ ମହାପାତ୍ର, ଜଗବୋହନ ପାତ୍ର ପ୍ରମୁଖ ଯୋଗଦେଇ ଆମ୍ବୋ ଗ୍ରାମର ଲୋକମାନଙ୍କୁ ପିଜୁଳି, ଜାମୁ, ଡାଳିମ୍ବ, ଲେମ୍ବୁ, ହରିଡା, ବାହାଡା, ଶାଗୁଆନ, ଆକାଶିଆ, ଲିମ୍ବ, ତେନ୍ତୁଲି, ବର. ଓସ୍ତ, କୃଷ୍ଣଚୁଡା, ରାଧାଚୁଡା, ବିଷ୍ଣୁଚୁଡା ଆଦି ୭ଶହରୁ ଉର୍ଦ୍ଧ ଚାରାମାନ ବଣ୍ଟନ କରିଥିଲେ । ବିଶେଷକରି ଅମ୍ଳଜାନ ଅଭାବ ଦୁର କରିବାପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ଲୋକମାନଙ୍କୁ ବୁଝାଇଥିଲେ । ପ୍ରତ୍ୟେକ୍ତ ବ୍ୟକ୍ତି ନିଜ ଜନ୍ମଦିନ ଓ ବିବାହ ବାର୍ଷିକ ଉତ୍ସବ ମାନଙ୍କରେ ବୃକ୍ଷ ରୋପଣ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.