Home ଜିଲ୍ଲା ପରିକ୍ରମା କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା, ଏରେଇଁ ୩ ନଂ ୱାର୍ଡ ଧଳସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା, ଏରେଇଁ ୩ ନଂ ୱାର୍ଡ ଧଳସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

21

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦ୍ୱିତୀୟ ପର୍ଯ୍ୟାୟ କରୋନା ଏବେ ଉତ୍ତର ଓଡ଼ିଶାର ସମ୍ବେଦନଶୀଳ ଭଦ୍ରକ ଜିଲାକୁ ଧୀରେ ଧୀରେ କବଳିତ କରିଆସୁଥିବାବେଳେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ପକ୍ଷରୁ ଏ ଦିଗରେ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ ନିୟମ କଡାକଡି କରାଯାଉଛି । ପ୍ରତିଦିନ କେତେକ ଅମାନିଆଙ୍କ ନିକଟରୁ ଏ ବାବଦ ଜରିମାନା ଆଦାୟ କରାଯାଉଛି । ଗତକାଲି ଓ ଆଜିକୁ ମିଶାଇ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ମାସ୍କ, ସାମାଜିକ ଦୂରତ୍ୱ ଓ ମୋଟର ଯାନ ଆଇନ୍ ଉଲ୍ଲଘନ ବାବଦ ୪୪୫ ଜଣ ଲୋକଙ୍କ ଠାରୁ ୧ ଲକ୍ଷ ୭୭ ହଜାର ୮ ଶହ ଟଙ୍କା ଆଦାୟ କରାଯାଇଛି । ଅନୁରୂପ ଜିଲାର ୭ଟି ବ୍ଲକ୍‌ରେ କୋଭିଡ୍ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରିଆସୁଥିବା ଦୋକାନ ଗୁଡିକୁ ସିଲ୍ କରାଯିବା ସହ ତାଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି । ଅନୁରୂପ ଯାତାୟତ କରୁଥିବା ବହୁ ଯାତ୍ରୀବାହୀ ବସ୍‌, ବୋଲେରୋ, ବାଇକ୍ ଗୁଡିକରୁ ମଧ୍ୟ ନିୟମ ଉଲ୍ଲଂଘନ ଜନିତ ଜରିମାନା ଆଦାୟ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଜିଲା ପ୍ରଶାସନ ପକ୍ଷରୁ ୨ୟ ପର୍ଯ୍ୟାୟ କରୋନର କଣ୍ଟେନମେଣ୍ଟ ଜୋନ୍ ଭାବେ ଚରମ୍ପାର ଏରେଇ ପଂଚାୟତର ୩ ନଂ ୱାର୍ଡ ଧଳସାହିକୁ ଆଜିଠାରୁ ଘୋଷଣା କରାଯାଇଛି । ତେବେ ବହୁ ଜନସାଧାରଣ ଏବେବି କରୋନାର ଭୟାବହତାକୁ ଉପଲବ୍ôଧ କରୁନଥିବା ଭଳି ମନେହେଉଛି । କାହିଁକି ନା ସହରର ବହୁ ଦୋକାନ ବଜାରରେ ଏବେବି ସରକାରଙ୍କ କରୋନା ଜନିତ ସମସ୍ତ ଗାଇଡ୍ ଲାଇନ୍‌କୁ ଫୁ ରେ ଉଡାଇଦେଉଛନ୍ତି ସାଧାରଣ ଜନତା । ଏପରିକି ଜିଲା ପ୍ରଶାସନ ଗୋଟିଏ ପଟେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା, ବୈଠକ ଓ ଯାତ୍ରା ଗୁଡିକ ଉପରେ ସ୍ୱତନ୍ତ୍ର ନିୟମ ଜାରି କରିଥିବାବେଳେ ଅନ୍ୟପଟେ ଲୋକମାନେ ଏହାର ଖୋଲମଖୋଲା ଉଲ୍ଲଂଘନ କରିଚାଲିଛନ୍ତି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିଦିନ କୌଣସି ନା କୌଣସି ସଂଘ ଓ ଅନୁଷ୍ଠାନ ପକ୍ଷରୁ ଯେଉଁ ଧାରଣା ଦିଆଯାଉଛି, ସେଥିରେ ସାମାଜିକ ଦୂରତ୍ୱ ବୋଲି ଟିକିଏ ବି ରହୁନାହିଁ । ଖୋଦ୍ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ୍ ଉପସ୍ଥିତିରେ ଏହା ଦୃଶ୍ୟମାନ ହେଉଛି । ଏଣୁ ଏ ଦିଗରେ ଲୋକମାନେ ସଚେତନ ହେବା ସହ ଜିଲା ପ୍ରଶାସନ ମଧ୍ୟ ସବୁ ଦିଗରୁ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.