Home ଓଡ଼ିଶା କ୍ରୀଡ଼ା ପ୍ରତିଭାଙ୍କ ପାଇଁ ପ୍ରୋତ୍ସାହନ: ଜାଣନ୍ତୁ କ’ଣ ରହିଛି କ୍ରୀଡ଼ା ପ୍ରତିଭା ମାନଙ୍କ ପାଇଁ ସୁବିଧା...

କ୍ରୀଡ଼ା ପ୍ରତିଭାଙ୍କ ପାଇଁ ପ୍ରୋତ୍ସାହନ: ଜାଣନ୍ତୁ କ’ଣ ରହିଛି କ୍ରୀଡ଼ା ପ୍ରତିଭା ମାନଙ୍କ ପାଇଁ ସୁବିଧା ..

179

ଭୁବନେଶ୍ବର: ରାଜ୍ୟର ଉଦୀୟମାନ ତଥା ପ୍ରତିଭା ସମ୍ପର୍ଣ୍ଣ ଖେଳାଳି ମାନଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି କିଛି ଯୋଜନା।୫-ଟି’ ଯୋଜନା ଅନୁଯାୟୀ, କ୍ରୀଡ଼ା ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ଆବଶ୍ୟକତା ସଂପର୍କରେ ତର୍ଜମା କରାଯାଇ ସେମାନଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଯାଇଛି।ଏହାକୁ ଲକ୍ଷ୍ୟରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରାବାସ ଅନ୍ତେବାସୀ ଏବଂ ଜାତୀୟ ପଦକ ବିଜେତାଙ୍କ ପାଇଁ ଭତ୍ତା ରାଶିରେ ବୃଦ୍ଧି କରିଛନ୍ତି।ଛାତ୍ରାବାସର ବାଳିକା ମାନଙ୍କ ପାଇଁ ମାସିକ ଭତ୍ତାକୁ ୨୦୦ ଟଙ୍କାରୁ ୫୦୦ ଟଙ୍କାକୁ ଏବଂ ବାଳକ ମାନଙ୍କ ପାଇଁ ଭତ୍ତା ମାସିକ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।ଜାତୀୟ କ୍ରୀଡ଼ା ସଂଘ ଦ୍ବାରା ସ୍ବୀକୃତି ପ୍ରାପ୍ତ କିମ୍ବା ସେହି ସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ ସହର ବାହାରକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ୩୦୦ ଟଙ୍କା ଭତ୍ତା ଦିଆଯିବ।କ୍ରୀଡ଼ା ସଂଘ, ଖେଲୋ ଇଣ୍ଡିଆ, ଜାତୀୟ ବିଦ୍ୟାଳୟ କ୍ରୀଡ଼ା ଏବଂ ଜାତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆଦି ଜାତୀୟ ସ୍ତରର ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡାବିତ୍‌ ମାନଙ୍କୁ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ଏବଂ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିବା କ୍ରୀଡ଼ାବିତ୍‌ ମାନଙ୍କୁ ମାସିକ ଯଥାକ୍ରମେ ୫୦୦ ଓ ୩୦୦ ଟଙ୍କା ଏକ ବର୍ଷ ପାଇଁ ଭତ୍ତା ପ୍ରଦାନ କରାଯିବ।କ୍ରୀଡ଼ା ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ମାସିକ ଭତ୍ତା ସହିତ ଏହି ଅତିରିକ୍ତ ଭତ୍ତା ପାଇପାରିବେ।ସେହିପରି ଜଣେ କ୍ରୀଡାବିତ୍ ଯଦି ଏକ ଜାତୀୟ କୀର୍ତ୍ତିମାନ ସୃଷ୍ଟି କରନ୍ତି ଏବଂ ସେହି କୀର୍ତ୍ତିମାନ ଏକ ବର୍ଷ ମଧ୍ୟରେ ଭଙ୍ଗ ନ’ହୁଏ, ତେବେ ତାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ମାସିକ ୫୦୦୦ ଟଙ୍କା ଅତିରିକ୍ତ ଭତ୍ତା ଦିଆଯିବ।ଏହାସହ ଜାତୀୟ ଦଳରେ ଭାଗ ନେବା ପାଇଁ ମନୋନୀତ କ୍ରୀଡାବିତ୍‌ ମାନଙ୍କୁ ମଧ୍ୟ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ଭତ୍ତା ଦିଆଯିବ।ଦକ୍ଷ କ୍ରୀଡ଼ା ପ୍ରଶିକ୍ଷକ ମାନଙ୍କ ପାଇଁ ମଧ୍ୟ ରହିବ ପ୍ରୋତ୍ସାହନ।କ୍ରୀଡ଼ା ବିଭାଗର ପ୍ରଶିକ୍ଷକ ମାନଙ୍କ ପାଇଁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପାରଦର୍ଶିତା ଭିତ୍ତିରେ କ୍ରୀଡ଼ା ବିଭାଗ ଏକ ସ୍ବତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।//

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.