Home ଜିଲ୍ଲା ପରିକ୍ରମା ଜଣେ ପଜିଟିଭ ଚିହ୍ନଟ,ଜିଲ୍ଲାପ୍ରଶାସନ ପକ୍ଷରୁ କରୋନା କଟକଣା ସହ ସଚେତନତା ଆରମ୍ଭ

ଜଣେ ପଜିଟିଭ ଚିହ୍ନଟ,ଜିଲ୍ଲାପ୍ରଶାସନ ପକ୍ଷରୁ କରୋନା କଟକଣା ସହ ସଚେତନତା ଆରମ୍ଭ

42

ମାଲକାନଗିରି,୨୪ା୨(ଓଡିଆ ପୁଅ ) ଦୀର୍ଘ ଦିନଧରି କରୋନା କୁ ଜିଲ୍ଲାବାସୀ ଭୁଲି ଯାଇଥିବା ବେଳେ ପୁଣି ଲେଉଟିଛି କରୋନା । ଆଜି ଜଣେ ପିଜିଟିଭ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ମାସ ମାସ ଧରି କରୋନା ପଜିଟିଭ ଚିହ୍ନଟ ହୋଇ ନଥିବା ବେଳେ ଗତ୧୧ତାରିଖରେ ୨ଜଣ ଓ ୧୩ତାରିଖରେ ଜେଣେ ଗତ ୧୩ଦିନ ମଧ୍ୟରେ ମୋଟ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଜିଲ୍ଲାପ୍ରଶାସନର ତତ୍ପରତା ପ୍ରକାଶ ପାଇଛି,ଜିଲ୍ଲାସଦର ମହକୁମା ସହ ବିଭିନ୍ନ ତହସିଲ,ବ୍ଲକ ଅଚଂଳରେ ପ୍ରଶାସନପକ୍ଷରୁ ଡାକବାଜୀ ଯନ୍ତ୍ର ଦ୍ୱାରା କରୋନା ସଂକ୍ରମଣରୁ ସୁର କ୍ଷିତ ରହିବା ପାଇଁ ମୁହଁରେ ମାସ୍କଲଗାଇବା,ସାମାଜିକ ଦୂରତା ଅବଲମ୍ବଲନ କରିବା ଗହଳି ଭିଡକୁ ନ ଯିବା ଆଦି ଜନସଚେତନତା ସହି କରୋନା କଟକଣା ଜାରି କରାଯାଇଛି । ଆଜିର କରୋନା ଆକ୍ରନ୍ତ ଜଣଙ୍କ ମାଥିଲି ବ୍ଲକ ଅଚଂଳର ସେ ବୁର୍ଲାହସପିଟାଲକୁ ଚିକିତ୍ସିତ ହେବାକୁ ଯାଇତିବା ବେଳେ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଛି । ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ୫୨୪୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୨୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି,୮ଜଣ କୋଭିଡ ହସପିଟାଲରେ ଚିକିତ୍ସାଧିନରହିଛନ୍ତି । ଇତି ମଧ୍ୟରେ ଜିଲ୍ଲାରେ ୨୫ଜଣଙ୍କର ମୃତ୍ୟୁଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.