Home ଜିଲ୍ଲା ପରିକ୍ରମା ଜଙ୍ଗଲ ଜମି ଅଧିକାର ଉଲଂଘନ ଓ ଭୁଲତଥ୍ୟପ୍ରଦାନ ପ୍ରତିବାଦରେ ଗ୍ରାମସଭା ସମୂହ ଜଙ୍ଗଲଜମି ଅଧିକାର କମିଟିର...

ଜଙ୍ଗଲ ଜମି ଅଧିକାର ଉଲଂଘନ ଓ ଭୁଲତଥ୍ୟପ୍ରଦାନ ପ୍ରତିବାଦରେ ଗ୍ରାମସଭା ସମୂହ ଜଙ୍ଗଲଜମି ଅଧିକାର କମିଟିର ସୋଭା ଯାତ୍ରା ଓ ଜିଲ୍ଲାପାଳଙ୍କ ଅଫିସ ଘେରାଓ

125

ମାଲକାନଗିରି,୨୨ା୭(ଓଡିଆ ପୁଅ ) ସୁପ୍ରୀମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନକରିବା ବାହାନାରେ ପ୍ରଶାସନ ଦ୍ୱାରା ମନୋମୁଖି ଭାବେ ନାକଚ କରାଯାଇଥିବା ଜଙ୍ଗଲଜମି ଅଧିକାର ଦାବିଗୁଡିକୁ ପୁନଃବିଚାର କରିବା ଓ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ମାଲକାନଗିରି ଜିଲ୍ଲାଗ୍ରାମସଭା ସମୂହ ଜଙ୍ଗଲଜମି ଅଧିକାର କମିଟିର ଦ୍ୱାରା ସହରରେ ସୋଭା ଯାତ୍ରା ଓ ଜିଲ୍ଲାପାଳଙ୍କ ଅଫିସ ଘେରାଓ କରାଯାଇଛି । ଜିଲ୍ଲାସ୍ତରୀୟ ଗ୍ରାମ,ସଭା ସମୂହ ଜଙ୍ଗଲଜମି ଅଧିକାର କମିଟିର ଶତାଧିକ ମହିଳା,ପୁରଷ ମାନେ ଆଜି ମାଲାକନଗିରି ବସଷ୍ଟାଣ୍ଡ ଠାରୁ ଏକ ବିରାଟ ସୋଭାଯାତ୍ରାରେ ସହରପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଜରିଆରେ  ରାଜ୍ୟପାଳଙ୍କ ଉଦେଶ୍ୟରେ ସାତଦଫା ଦାବିସମ୍ବଳିତ ଦାବିପତ୍ର ଦେଇଥିଲେ । ଦାବିଗୁଡିକ ମଧ୍ୟରେ ମୁଖ୍ୟତ ଆଦିବାସୀ ଜମିକୁ ଅଣଆଦିବାସୀ ହଡପକରିଥିବା ଜମିକୁ ମୂଳ ଆଦିବାସୀଙ୍କୁ ଫେରସ୍ତକରିବା,ଜିଲ୍ଲାଭିତିକ ନିଯୁକ୍ତି ଦେବା,ସରକାରି ବିଦ୍ୟାଳୟ ଗୁଡିକୁ ଉଛେଦ କରାନ ଯାଇ ପଚାଂୟତ, ବ୍ଲକସ୍ତରେ ଉଚ୍ଚଶିକ୍ଷାର ବ୍ୟବସ୍ଥା କରାଯାଉ,କୃଷକମାନଙ୍କ ପାଇଁ ଆସୁଥିବା ଆର୍ଥିକ ରାଶି ଯଥା ସାର,ବିହନ,ଆଦି କୃଷିଭିତିକ ଦ୍ରବ୍ୟକୁ ବ୍ଲକସ୍ଥରରେ ଦିଆ ନ ଯାଇ ରାଜସ୍ୱଗ୍ରାମକୁ ହସ୍ତାନ୍ତର କରାଯାଉ,ମାଲକାନଗିରି ଜିଲ୍ଲରା ସାତଟି ବ୍ଲକର ଚାଷୀ ମଣ୍ଡିରେ ଧାନ ଦେଇ ଏପ ର୍ଯ୍ୟନ୍ତ ଟଙ୍କା ପାଇ ନାହିଁ ନ୍ତି ସେମାନଙ୍କ ଟଙ୍କା ତୁରନ୍ତ ପ୍ରଦାନ କରାଯାଉ,ଜିଲ୍ଲାର ଅଣଜଳସେଚିତ ଜମିକୁ ଜଳସେଚନର ବ୍ୟବସ୍ଥା କରାଯାଉ,ମାଲକାନଗିରି ଜିଲ୍ଲରା ଖିଲିଥିବା ଡାକ୍ତର ସ୍ୱାସ୍ଥ୍ୟକର୍ମୀ ପଦବି ତୁରନ୍ତ ପୁରଣ କରାଯାଉ ବୋଲି ଉଲେଖ୍ୟରହିଛି । ଜିଲ୍ଲା ଗ୍ରାମସଭା ସମୂହ ଜଙ୍ଗଲଜମି ଅଧିକାର କମିଟି,ଜିଲ୍ଲାଆଦିବାସୀ ମହାସମାଜ ସଂଘ,ଜିଲ୍ଲାଆଦିବାସୀ ସଂଘ, ଜିଲ୍ଲା ଶ୍ରମଜିବୀ ସଂଘ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ ଓ ସୋଭାଯାତ୍ରା ରେ ଜିଲ୍ଲାଆଦିବାସୀ ମହାସମାଜ ସଂଘ ସଭାପତି ଘେନୁମୁଦୁଲି,ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ସପାଂଦକ କମଳସାଇ ମାଝୀ,ବୁନ୍ଧୁମୁଦୁଲି, ଭିସ୍ମପାଙ୍ଗି,ଘନନାୟକ,ବିଦେଶି ଗୌଡ,ଶ୍ରମଜୀବି ସଙ୍ଗଠନର ବଟସାହୁ,ମୁକୁନ୍ଦ ମାଡକାମି,ଗୋବର୍ଧନପାଙ୍ଗି,ସିତାରାମ ଦୁରୁଆ, ରାମବଡନାୟକ,ପ୍ରମୁଖ ଉପସ୍ଥିତ ଥିଲେ । ଏହି ସୋଭା ଯାତ୍ରା ଓ ବିକ୍ଷୋଭ ସ୍ଥଳରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.