Home ଓଡ଼ିଶା ଆଇ ପି ଏଲ ବେଟିଂ ର କରୁଣ ପରିଣତି : ଶିକ୍ଷକଙ୍କ ଆତ୍ମହତ୍ୟା

ଆଇ ପି ଏଲ ବେଟିଂ ର କରୁଣ ପରିଣତି : ଶିକ୍ଷକଙ୍କ ଆତ୍ମହତ୍ୟା

183

ବ୍ରହ୍ମପୁର: ୨୨/୦୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଜୁଆ ଭଳି ନିଶା ଲୋକଙ୍କୁ କିଭଳି ଗ୍ରାସ କରୁଛି ଏବଂ ତାହାର କରୁଣ ପରିଣତି କେତେ ହୃଦୟ ବିଦାରକ ତାହାର ଏକ ଉଦାହରଣ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ଆଇପିଏଲ ବେଟିଂରେ ଲକ୍ଷାଧିକ ଟଙ୍କା ହରାଇବା ପରେ ମାନସିକ ଭାରସାମ୍ୟ ହରାଇ ବସି ଆତ୍ମହତ୍ୟାର ପନ୍ଥାକୁ ଆଦରି ନେଇଛନ୍ତି ଜଣେ ଶିକ୍ଷକ।

ଗଞ୍ଜାମ କବିସୂର୍ଯ୍ୟନଗର ନିକଟରେ ଏପରି ଘଟଣା ଆଜି ଲୋକଙ୍କୁ ଚେତାଇ ଦେଇଛି। ଏକ ଗଛରେ ଦଉଡି ଲଗାଇ ଶିକ୍ଷକ ଜଣକ ଆତ୍ମହତ୍ୟା କରିଛନ୍ତି।

ମୃତ ଶିକ୍ଷକ କବିସୂର୍ଯ୍ୟନଗର ଅଞ୍ଚଳର ଭାସ୍କର ରାଓ। ସେ ପୋଲସରା କଳମ୍ବ ସ୍କୁଲରେ ଶିକ୍ଷକ ଥିଲେ। ଆଜି କବିସୂର୍ଯ୍ୟନଗର- ନୂଆଗାଁ ରାସ୍ତା ନିକଟସ୍ଥ ଏକ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଲୋକଙ୍କ କହିବା ଅନୁସାରେ ସେ ଆଇ.ପି.ଏଲ. ବେଟିଂରେ ଟଙ୍କା ହାରିବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.