Home ଜିଲ୍ଲା ପରିକ୍ରମା ଜଗନ୍ନାଥ ଓ ଆଦର୍ଶ ରଜ ମହୋତ୍ସବର ତୃତୀୟ ସନ୍ଧ୍ୟା

ଜଗନ୍ନାଥ ଓ ଆଦର୍ଶ ରଜ ମହୋତ୍ସବର ତୃତୀୟ ସନ୍ଧ୍ୟା

2

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ରାମଚନ୍ଦ୍ରପୁର ପଚାଂୟତ ନିମାପଡାସ୍ଥିତ ଶ୍ରୀ ଜଗନ୍ନାଥ ଆଚଂଳିକ ରଜ ମହୋତ୍ସବର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଛି । ବରିଷ୍ଠ କଂଗ୍ରେସନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଜ ଏକ କୃଷି ଭିତିକ ପର୍ବ ହୋଇଥିବା ବେଳେ ବିଶେଷକରି ମହିଳା ମାନେ ଏହି ପର୍ବକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି ବୋଲି କହିଥିଲେ । ମହୋତ୍ସବ କମିଟିର ସଭାପତି ଡ. ଶୁଭେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ତାଙ୍କ ବକ୍ତବ୍ୟରେ ନିମାପଡା ପରି ଗ୍ରାମାଚଂଳରେ ବହୁ ଲୋକଙ୍କ ସମାଗମରେ ରଜ ମହୋତ୍ସବ ପାଳନ ନିଆଁରା ବୋଲି କହିଥିଲେ । ମହୋତ୍ସବ କମିଟିର ସଂଯୋଜକ ଶିକ୍ଷାବିତ୍ ଅଜୟ କୁମାର ପୃଷ୍ଟିଙ୍କ ମଂଚ ପରିଚାଳନାରେ ସମ୍ମାନିତ ଅତିଥି ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ଡ. ମୁରଲୀଧର ସୂତାର, ଭାଗିରଥୀ ସେଠୀ, ବନ୍ତ ସରପଚଂ ପ୍ରତିନିଧି ଜ୍ୟୋତିରଞ୍ଜନ ନାୟକ, ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ବିବରଣୀ ପାଠ ଓ ସତ୍ୟସୁନ୍ଦର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ମାନେ ମାଟ୍ରିକ ଟପ୍ପର ଅଭିଜିତ୍ ସାହୁ, ପ୍ରାଚୀ ପ୍ରିୟଦର୍ଶନୀ ଦାଶ, ନୃତ୍ୟଶିଳ୍ପୀ ସାଇସ୍ନେହା ଦାସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ଶୁଭଶ୍ରୀ କଳା ନିକେତନ ଭୁବନେଶ୍ୱର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କମିଟି ସଦସ୍ୟ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ । ସେହିପରି ଆଚଂଳିକ ଆଦର୍ଶ ରଜ ମହୋତ୍ସବ ନରିପୁରରେ ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ବାଲେଶ୍ୱର ଜିଲ୍ଲାର ସିମାବର୍ତୀ ଅଚଂଳରେ ଦୀର୍ଘ ୫ ଦିନ ଧରି ବିଭିନ୍ନ ପ୍ରତିଯୋଗିତା କରି ସଭା, ପ୍ରତିଭା ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ । ସଭାକୁ ବାପି ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଆଲବମ୍ ହିରୋ ରାଜରୂପ ସଂଳାପ ଓ ନୃତ୍ୟ କରିଥିବା ବେଳେ ବାଲେଶ୍ୱରର ଶ୍ରଦ୍ଧା ନୃତ୍ୟାନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମ୍ପାଦକ କପିଳେନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଉପସଭାପତି ଶ୍ରୀକାନ୍ତ ପଣ୍ଡା, ଗଣେଶ ଜେନା, ମଦନ ମୋହନ ଚୌଧୁରୀ, ସୁବ୍ରତ ପଣ୍ଡା, ରଞ୍ଜନ ପାଣିଗ୍ରାହୀ, ଗଣେଶ ଜେନା, ରମେଶ ପଣ୍ଡା, ଜଗତଜୀବନ ପାଣିଗ୍ରାହୀ, ନିରଞ୍ଜନ ପାଢୀ, ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ । ଏହି ମହୋତ୍ସବ ପଚଂମ ଦିନରେ ବୁଧବାର ଉଦ୍‌ଯାପିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.