Home ଓଡ଼ିଶା ଜଗତସିଂପୁର ଜିଲ୍ଲାରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ – ଆକ୍ରାନ୍ତଙ୍କ ଘର ତିର୍ତୋଲ ଅଞ୍ଚଳରେ

ଜଗତସିଂପୁର ଜିଲ୍ଲାରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ – ଆକ୍ରାନ୍ତଙ୍କ ଘର ତିର୍ତୋଲ ଅଞ୍ଚଳରେ

534

ଜଗତସିଂପୁର ୨୪/୫ (ଓଡିଆ ପୁଅ/ନୃସିଂହ ଚରଣ ବାରିକ)- -ଆଜି ଆଉ ଜଣେ କରୋନା ରୋଗୀ ଜଗତସିଂପୁର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ତିର୍ତୋଲ ବ୍ଲକର ତେନ୍ତୁଲିପଦା ଗ୍ରାମରେ ଆକ୍ରାନ୍ତଙ୍କ ଘର। ଗୁଜୁରାଟରୁ ସେ ଫେରିଥିଲେ। ତାଙ୍କୁ କ୍ବାରଣ୍ଟାଇନରେ ରଖାଯାଇଥିଲା। ଗତ ୧୯ ତାରିଖରେ ସଂଗୃହୀତ ୫ ଜଣ ଙ୍କ ରକ୍ତ ନମୁନା ପରୀକ୍ଷାରୁ ୪ ଜଣଙ୍କ ନେଗେଟିଭ ଥିବା ବେଳେ ଜଣଙ୍କର ପଜିଟିଭ ବାହାରିଛି। ଜିଲ୍ଲାରେ ସମୁଦାୟ ୨୬ ଜଣ ସକ୍ରିୟ ରହିଛନ୍ତି। ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିହ୍ନଟ ୨୬ କରୋନା ରୋଗୀ କିମସ୍ କୋଭିଡ-୧୯ ହସପିଟାଲ୍ ରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.