Home ଓଡ଼ିଶା ଆଜିସୁଦ୍ଧା ୨୮୧୩ ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ଭାରତୀୟ ରେଳ ପରିବହନ କରିଛି ୩୭ ଲକ୍ଷ...

ଆଜିସୁଦ୍ଧା ୨୮୧୩ ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ଭାରତୀୟ ରେଳ ପରିବହନ କରିଛି ୩୭ ଲକ୍ଷ ଯାତ୍ରୀ

178

– ଟ୍ରେନ ଚଳାଚଳ ବୃଦ୍ଧି ଯୋଗୁଁ ହ୍ରାସ ପାଇଛି ଭିଡ
– ଶତକଡା ୮୦ ଭାଗ ଶ୍ରମିକ ସ୍ପେଶାଲ ଟ୍ରେନର ଗନ୍ତବ୍ୟସ୍ଥଳ ରହିଛି ଉତ୍ତରପ୍ରଦେଶ ଓ ବିହାର
– ଭିଡ ହ୍ରାସ କରିବା ଲାଗି କେତେକ ଟ୍ରେନର ମଥୁରା ଓ ଝାରସୁଗୁଡା ଦେଇ ଦିଗ ପରିବର୍ତ୍ତନ
– ଆଞ୍ଚଳିକ ଓ ମଣ୍ଡଳ ସ୍ତରରେ ଅହୋରାତ୍ର ସ୍ଥିତି ତଦାରଖ କରୁଛି ରେଳବାଇ ବୋର୍ଡ
– ଯାତ୍ରୀମାନଙ୍କ ଦୁଃଖ କଷ୍ଟ ଲାଘବ କରିବାକୁ ରେଳବାଇ ଆଇଆରସିଟିସି ଜରିଆରେ ନିୟମିତ ଖାଦ୍ୟ ଓ ପାନୀୟ ଯୋଗାଣ କଲା ସୁନିଶ୍ଚିତ

ନୂଆ ଦିଲ୍ଲୀ ୨୪-୫ (ଓଡ଼ିଆ ପୁଅ) ଆଜି (୨୪.୦୫.୨୦୨୦) ସକାଳ ୧୦ଟା ସୁଦ୍ଧା ଭାରତୀୟ ରେଳବାଇ ୨୮୧୩ ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଯାତ୍ରୀ ପରିବହନ କରିଛି। ପ୍ରାୟ ଶତକଡା ୬୦ ଭାଗ ଟ୍ରେନ ଗୁଜରାଟ, ମହାରାଷ୍ଟ୍ର ଏବଂ ପଞ୍ଜାବରୁ ବାହାରି ଉତ୍ତରପ୍ରଦେଶ ଓ ବିହାର ଯାତ୍ରା କରିଛି। ଶତକଡା ୮୦ ଭାଗ ଶ୍ରମିକ ସ୍ପେଶାଲ ଟ୍ରେନ ମଧ୍ୟରୁ ଉତ୍ତରପ୍ରଦେଶକୁ ୧୩୦୧ ଓ ବିହାରକୁ ୯୭୩ଟି ଟ୍ରେନ ଯାତ୍ରା କରିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌ ଓ ଗୋରଖପୁର ଅଞ୍ଚଳକୁ ଏବଂ ବିହାରର ପାଟନା ଅଞ୍ଚଳକୁ ଅଧିକାଂଶ ଟ୍ରେନ ଯାତ୍ରା କରିଛି। ଗତକାଲି ସୁଦ୍ଧା ଯାତ୍ରା ଶେଷ କରିଥିବା ୫୬୫ଟି ଟ୍ରେନ ମଧ୍ୟରୁ ୨୬୬ଟି ବିହାର ଓ ୧୭୨ଟି ଉତ୍ତରପ୍ରଦେଶକୁ ଯାତ୍ରା କରିଛି। ଏହିସବୁ ସ୍ଥାନକୁ ଟ୍ରେନଗୁଡିକ ଯାତ୍ରା କରିବା ଯୋଗୁଁ ଅଧିକ ଭିଡ ପରିଲକ୍ଷିତ ହୋଇଥିଲା। ବିଭିନ୍ନ ସ୍ୱାସ୍ଥ୍ୟ ଓ ସାମାଜିକ ଦୂରତ୍ଵ ଭଳି ଔପଚାରିକତା ଯୋଗୁଁ ଟ୍ରେନରୁ ଓହ୍ଲାଇବା ବିଲମ୍ଭିତ ହେବା ସହ ଷ୍ଟେସନରେ ଜନଗହଳି ମଧ୍ୟ ବୃଦ୍ଧି ପାଇଥିଲା। ଭିଡ କମାଇବା ପାଇଁ କେତେକ ଟ୍ରେନକୁ ମଥୁରା ଓ ଝାରସୁଗୁଡା ବାଟ ଦେଇ ଯାତ୍ରା କରାଯାଇଥିଲା। ବିଭିନ୍ନ ରୁଟରେ ହେଉଥିବା ଗହଳି ଯୋଗୁଁ ତାହାର ପରିଚାଳନା ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖାଯାଇଥିଲା। ଅଞ୍ଚଳ ଓ ମଣ୍ଡଳସ୍ତରରେ ଯେପରି ଟ୍ରେନଗୁଡିକ ବିଳମ୍ଭିତ ନହୁଏ ସେଥିପାଇଁ ରେଳବାଇ ବୋର୍ଡ ପକ୍ଷରୁ ତା ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା। ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକ ଯେପରି ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚେ, ସେଥିପାଇଁ ଚାଳକ ଦଳଙ୍କୁ ସଚେତନ କରାଯାଇଥିଲା। ଏହିସବୁ ନିଷ୍ପତ୍ତି ଯୋଗୁଁ ଭିଡ ହ୍ରାସ ପାଇବା ସହ ଅଧିକାଂଶ ଟ୍ରେନର ଚଳାଚଳ ସୁବ୍ୟବସ୍ଥିତ ହୋଇପଡ଼ିଛି।

ପୂର୍ବ ଦିଗରେ ଗତି କରୁଥିବା ଅଧିକାଂଶ ଟ୍ରେନର ଭିଡ ଯୋଗୁଁ ଯାତ୍ରା ବିଳମ୍ଭିତ ହେବା ସହ ଖାଦ୍ୟ ପରିବଣ୍ଟନ ସୂଚୀ ମଧ୍ୟ ଠିକ ଭାବେ ଅନୁସରଣ ହୋଇପାରିନଥିଲା। ଆଇଆରସିଟିସି ଓ ରେଳବାଇ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଖାଦ୍ୟ ଓ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା ଫଳରେ ଯାତ୍ରୀମାନଙ୍କ ଦୁଃଖ କଷ୍ଟ ଲାଘବ ହୋଇପାରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.