Home କେନ୍ଦୁଝର ଛେନାପଦି ଏଟିଏମରୁ ଲୁଟ ଉଦ୍ୟମ

ଛେନାପଦି ଏଟିଏମରୁ ଲୁଟ ଉଦ୍ୟମ

56

ହାଟଡିହି- ୨୬ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ବାତ୍ୟା ୟାସର ପ୍ରଭାବ ଯୋଗୁଁ ଗତକାଲି ଛେନାପଦି ମାର୍କେଟରେ ଲୋକବାକ ଶୁନଶାନ ହୋଇଯିବାରୁ ଏହାର ସୁଯୋଗରେ କେହି ଦୁର୍ବୁତ ଛେନାପଦିଛକ ଦୁଇବନ୍ଧୁ ହୋଟେଲ ନିକଟରେ ଥିବା ଏସବିଆଇ ଏଟିଏମ କାଉଣ୍ଟର ଭାଙ୍ଗି ଲୁଟ ଉଦ୍ୟମ କରୁଥିଲେ । ଏହି ସମୟରେ ପାଖ ହୋଟେଳର ପିଲାମାନେ ଶବ୍ଦ ଶୁଣି ତାଙ୍କ ମାଲିକକୁ ଜଣାଇଥିଲେ । ହୋଟେଲ ମାଲିକ ସୁଜିତ କୁମାର ନାୟକ ତୁରନ୍ତ ଏ ସମ୍ପର୍କରେ ନନ୍ଦିପଦା ପୁଲିସକୁ ସୁଚନା ଦେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୁତମାନେ ଲୁଟ ଛାଡି ପଳାଇଥିଲେ । ଦୁର୍ବୁତମାନେ କାଉଣ୍ଟର ଭିତରେ ଏକ ଶାବଳ, ଏକ ଦାଆ, ଗୋଟେ ବାନିୟନ ଓ ଗୋଟିଏ ବ୍ୟାଗ ଛାଡିଯାଇଥିବାବେଳେ ପିନ୍ଧିଥିବା ଚପଲକୁ ମଧ୍ୟ ଛାଡିଯାଇଛନ୍ତି । ଆନନ୍ଦପୁରର ଭାରପ୍ରାପ୍ତ ଏସଡିପିଓ ରବିନ୍ଦ୍ରନାଥ ମଲ୍ଲିକ, ନନ୍ଦିପଦା ପୁଲିସ ସାଇଣ୍ଟିଫିକ ଟିମ ସହିତ ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.