Home କେନ୍ଦୁଝର ଗଛପଡି ବାଙ୍ଗୋର ସ୍କୁଲର ଘର ଭାଙ୍ଗିଗଲା

ଗଛପଡି ବାଙ୍ଗୋର ସ୍କୁଲର ଘର ଭାଙ୍ଗିଗଲା

107

ହାଟଡିହି- ୨୬ / ୫(ଓଡିଆପୁଅ / ବିକାଶ ବିଶ୍ୱାଳ) ବାତ୍ୟା ୟାସ ର ପ୍ରଭାବରେ ହାଟଡିହି ବ୍ଲକ ବାଙ୍ଗୋର ନୋଡାଲ ସ୍କୁଲ ପରିସରରେ ଥିବା ଏକ ଜଡା ଗଛ ବାତ୍ୟାରେ ଉପୁଡି ପଡିବା ଯୋଗୁଁ ତାହା ଶ୍ରେଣୀଗୃହରେ ଉପରେ ପଡିବାରୁ ସ୍କୁଲର ଏକ ଶ୍ରେଣୀଗୃହ ସହିତ ସ୍କୁଲର ପାଚେରୀ ମଧ୍ୟ ଭାଙ୍ଗି ଯାଇଛି । ଏହି ସ୍କୁଲକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ କୁହାଯାଇଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ଏହାକୁ ବାତିଲ କରାଯାଇଥିଲା । କେବଳ ସ୍କୁଲର ଅନ୍ୟ ଶ୍ରେଣୀଗୃହ ମାନଙ୍କରେ କିଛି ଶିକ୍ଷକ ରହିଥିଲେ । ଯାହାହେଉ ସୌଭାଗ୍ୟ ବସତଃ ସେହି ଶ୍ରେଣୀ ଗୃହ ମଧ୍ୟରେ କେହି ନଥିବାରୁ ଏକ ବଡ ଦୁର୍ଘଟଣାରୁ ରକ୍ଷା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.