Home କେନ୍ଦୁଝର ହାଟଡିହି-ସମଣା ରାସ୍ତାରେ ଆଣ୍ଠୁଏ ଖାଲ , ଆନ୍ଦୋଳନ ଚେତାବନୀ ଦେଲେ ଗାଁ ଲୋକେ

ହାଟଡିହି-ସମଣା ରାସ୍ତାରେ ଆଣ୍ଠୁଏ ଖାଲ , ଆନ୍ଦୋଳନ ଚେତାବନୀ ଦେଲେ ଗାଁ ଲୋକେ

107

ହାଟଡ଼ିହି, ୫ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି-ସମଣା ପୁର୍ତ୍ତ ବିଭାଗର ରାସ୍ତାରେ ଆଣଣ୍ଠୁଏ ଲେଖାଏଁ ଖାଲଖମା ମାନ ସୃଷ୍ଟି ହୋଇଥିବାବେଳେ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଦୀର୍ଘ ବର୍ଷ ହେଲା ଅଧାପନ୍ତରିଆ ଭାବେ ପଡି ରହିଥିବାବେଳେ କିଛି କିଛି ସ୍ଥାନରେ ପୋଖରୀ ସଦୃଷ୍ୟ ଖାଲଖମା ମାନ ହୋଇଯାଇଥିବାରୁ ଲୋକମାନେ ଯାତାୟତ କ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅତିଶୀଘ୍ର ରାସ୍ତା ନିର୍ମାଣ କରାନଯାଏ ତେବେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ରାସ୍ତାଟି ଉପରେ ୫/୬ଟି ପଞ୍ଚାୟତର ଲୋକମାନେ ନିର୍ଭର କରନ୍ତି । ଗତ ୪ବର୍ଷ ତଳେ ଏହି ରାସ୍ତାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବାପରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । କିନ୍ତୁ ଠିକାଦାର ମାତ୍ର ଅଳ୍ପ କିଛି କାମ ବାକି ରଖି ଦେଇଥିବାରୁ ଏବେ ଇଶଳା, ରମ୍ପାସ, ଶଙ୍ଖୋ, ସିମିଳିଆ, ବରାଙ୍ଗ ନିକଟରେ ରାସ୍ତାରେ ବିରାଟ ବିରାଟ ଖାଲଖମା ମାନ ସୃଷ୍ଟି ହୋଇଛି । ଏପରିକି ୧୦୮/୧୦୨ ଭଳି ଆମ୍ବୁଲାନସ ଓ ଦମକଳ ଟିଏ ଯିବା ଆସିବା କରିବାରେ ନାନା ସମସ୍ୟା ଦେଖା ଦେଇଛି । ଚାରିଚକିଆ ଯାନଟିଏ ଯାଇ ପାରୁନାହିଁ । ଏଣୁ ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ନଚେତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ସରପଞ୍ଚ ରାମଚନ୍ଦ୍ର ଦାସ, ଚନ୍ଦ୍ର ଶେଖର ଜେନା, ଶେଷଦେବ ଦାସ, ୱାର୍ଡସଭ୍ୟ ବନମାଳୀ ଜେନା, ନୃଷିହଂ ଚରଣ ଜେନା, ଗୌରାଙ୍ଗ ସାହୁ, ରତ୍ନାକର ଜେନା, ଦୟାନିଧି ଜେନା, ନିରାକାର ଜେନା, ମଣି ଚରଣ ଜେନା, କମଳାକାନ୍ତ ଜେନା, ରଘୁନାଥ ସାହୁ ପ୍ରମୁଖ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.