Home ଓଡ଼ିଶା ଛାଡୁନି ଭିଡିଓ ନିଶା

ଛାଡୁନି ଭିଡିଓ ନିଶା

766

ମଧ୍ୟପ୍ରଦେଶ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଟିକଟକର ପାଗଳପଣ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକଙ୍କର ଜୀବନ ନେଇସାରିଛି ଏବଂ କିଛିଲୋକ ଜାଣିଶୁଣି ନିଜ ମୃତ୍ୟୁକୁ ଆଦରି ନେଉଛନ୍ତି । ଏପରି କିଛି ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଏଠାରେ ଜଣେ ଯୁବକ ଟିକଟକ ଭିଡିଓ ବନାଇବା ଚକ୍କରରେ ଏକ ଭରା ନାଳକୁ ଡେଇଁ ପଡ଼ିଥିଲେ ଏବଂ କିଛି ଦୂର ଯିବାପରେ ପୋଲର ପ୍ରବଳ ସ୍ରୋତରେ ଫସି ଯାଇଥିଲେ । ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା..

ଏହି ଘଟଣାଟି ମଧ୍ୟପ୍ରଦେଶ ନିମଚ ଜିଲ୍ଲାର ମାନସ ଗ୍ରାମର ଅଟେ । ଏଠାରେ ଜଣେ ଯୁବକ ଟିକଟକ ଭିଡିଓ ବନାଇବା ପାଇଁ ପ୍ରବଳ ବର୍ଷା ସମୟରେ ଏକ ନାଳକୁ ଡେଇଁ ପଡ଼ିଥିଲେ । ଏହାପରେ ପ୍ରବଳ ସ୍ରୋତ କାରଣରୁ କିଛି ଦୂର ଯାଇ ଏକ ପୋଲରେ ଫସିଯାଇଥିଲେ ଯେଉଁଥିରୁ ତାଙ୍କୁ ବହୁତ କଷ୍ଟରେ ଉଦ୍ଧାର କରାଯାଇଥିଲା ।

ତାଙ୍କର ଭିଡିଓ ବନାଉଥିବା ଅନ୍ୟଜଣେ ଯୁବକ ପ୍ରଥମେ ବୁଝିପାରିନଥିଲେ ଯେ ସେ ବୁଡି ଯାଉଛନ୍ତି ବୋଲି କିନ୍ତୁ ଯେତେବେଳେ ତାଙ୍କୁ ଲାଗିଲା କି ସେ ବୁଡ଼ିଯାଉଛନ୍ତି ସେତେବେଳେ ସେ ଅନ୍ୟ ଲୋକମାନଙ୍କ ସାହାଯ୍ୟ ନେଇ ତାଙ୍କୁ ଉଦ୍ଧାର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.