Home ଜିଲ୍ଲା ପରିକ୍ରମା ଛାଡପତ୍ରକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ, ସ୍ୱାମୀର ମରଣାନ୍ତକ ଆକ୍ରମଣରେ ସ୍ତ୍ରୀ ଗୁରୁତର

ଛାଡପତ୍ରକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ, ସ୍ୱାମୀର ମରଣାନ୍ତକ ଆକ୍ରମଣରେ ସ୍ତ୍ରୀ ଗୁରୁତର

116

ମାଲକାନଗିରି, ୧୩ା୧୦(ଓଡିଆ ପୁଅ ) ଛାଡପତ୍ର କୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଗତ କାଲି ରାତ୍ରରେ ଉଗ୍ର ରୂପନେଇ ସ୍ୱାମୀର ମରଣାନ୍ତକ ଆକ୍ରମଣରେ ସ୍ତ୍ରୀଗୁରୁତର ହୋଇଥିବା ବେଳେ ସ୍ୱାମୀ ଫେରାର ହୋଇଯାଇଛନ୍ତି। ଏ ପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଥାନା ମଲିକେଶ୍ୱର ସାହିରେ। ମାଲକାନଗିରି ଥାନାସ୍ଥ ଏଭି୪୩ ଗ୍ରାମର ମଧୂସୁଦନ ବାଲା ଙ୍କ ପ୍ରଥମ ସ୍ତ୍ରୀ ରାଧାବାଲାଙ୍କୁ ଛାଡପତ୍ର ଦେବା ପାଇଁ ବାରମ୍ବାର ସ୍ୱାମୀ କହୁଥିଲେ। ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁଥର ଝଗଡା ହୋଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା। ମଧୂସୁଦନଙ୍କ ପ୍ରଥମ ସ୍ତ୍ରୀ ଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ବେଳେ କୌଣସି କାରଣରୁ ମଧୂସୁଦନ ଦ୍ୱିତୀୟ ବିବାହ କରିବାରୁ ପ୍ରଥମ ସ୍ତ୍ରୀ ରାଧା ବାଲା ମଲିକେଶ୍ୱର ସାହିରେ ପିଲାମାନଙ୍କୁ ଧରି ରହୁଥିଲେ।ସ୍ୱାମୀ ତାଙ୍କର କିମ୍ବା ପିଲାମାନଙ୍କର କୌଣସି ଦାଇତ୍ୱ ବୁଝୁନଥିବାରୁ ରାଧା ଅଦାଲତରେ ସ୍ୱାମୀଙ୍କ ବିରୋଧରେ ଭରଣାପୋଷଣ ପାଇଁ ଏକ ମକଦ୍ଦମା ରୁଜ କରିଥିଲେ। ମଧୂସୁଦନ ନିଜ ପିଲା ଓ ପ୍ରଥମ ସ୍ତ୍ରୀଙ୍କୁ ନପାଚାରି ମନଇଛା ଭାବେ ଜମି ବାଡି ସବୁବିକ୍ରୀ କରିଦେଇଥିବାରୁ ରାଧା ଏହାକୁ ବିରୋଧ କରିଥିଲା। ଗତ କାଲି ରାତ୍ରରେ ହଠାତ ମଲିକେଶ୍ୱର ସାହିରେ ରହୁଥିବା ରାଧଙ୍କ ଘରେ ସ୍ୱାମୀ ମଧୂସୁଦନ ପହଁଚି ରାଧାଙ୍କ ବେକ ଓ ଦେହକୁ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲେ, ରାଧା ଚିତ୍କାର କରି ବାହରକୁ ଦୌଡିପଳାଇ ଥିଲେ ମଧ୍ୟ ତାଙ୍କୁ ଗୋଡାଇ ଚୁରୀ ମାରିଥିଲେ। ଏହାକୁ ସାହିବାସିନ୍ଦା ବିରୋଧ କରିବାରୁ ମଧୂସୁଦନ ଫେରାର ହୋଇ ଯାଇଥିଲେ। ସାହି ଲୋକେ ଗୁରୁତର ଅବସ୍ଥାରେ ରାଧାଙ୍କୁ ରାତ୍ରରେ ମାଲକାନଗିରି ଜିଲ୍ଲାହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତିକରିଥିଲେ। ଏ ସଂପର୍କରେ ମା ଘର ସଭାନେତ୍ରୀ ପ୍ରଶାନ୍ତି ଲତା ବିଷୋୟୀ, ସମ୍ପାଦିକା ଦୁଲାଲୀ ଥଣ୍ଡର ଜାଣିବା ପରେ ହସପିଟାଲକୁ ଯାଇ ରାଧର ଚିକିତ୍ସା ବ୍ୟବସ୍ଥା କଥା ବୁଝିବା ସହିତ ଏ ସଂପର୍କର ମାଲକାନଗିରି ଥାନାରେ ଜଣାଇଥିଲେ। ମାଲକାନଗିରି ଥାନା ମହିଳା ଡେକ୍ସର ସବଇନିସ ପେକ୍ଟର ହସପିଟାଲରେ ପହଁଚି ରାଧାଙ୍କ ବୟାନ ନେବା ସହିତ ଆକ୍ରମଣ ସଂପର୍କରେ କେସ ରୁଜୁ କରି ତଦନ୍ତ ଚଳାଇଛନ୍ତି। ରାଧା ଙ୍କ ବେକ, ଛାତି, ପିଠି, ହାତରେ ଛୁରା ଆଘାତ ହୋଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ସେ ବିପଦ ମୁକ୍ତ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.