Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା

ମାଲକାନଗିରି ଜିଲ୍ଲାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା

69

ମାଲକାନଗିରି, ୧୩ା୧୦(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜିଠାରୁ ମା ଗଜଲକ୍ଷ୍ମୀ ପୂଜା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ବିଶେଷ କରି ଜିଲ୍ଲାସଦର ମହକୁମା ଦଣ୍ଡକାରଣ୍ୟ ମା ଗଜଲକ୍ଷ୍ମୀ ପୂଜାକମିଟି ପକ୍ଷରୁ ଆଜି ସକାଳେ ବିବିଗୁଡା ପୋଖରୀରୁ କଳସବୁଡାଇ ଶତାଧିକ ବାଳିକା, ମହିଳା ମାନେ ଶୋଭାଯାତ୍ରାରେ ସହରପରିକ୍ରମା କରି ବାଜା ବାଣ ରୋଷଣୀ ମଧ୍ୟରେ ପୂଜା ମଣ୍ଡପନିକଟରେ ପହଁଚିଥିଲେ। ପୂଜାକମିଟିର ରବି ରାଜେଶ କୁମାର ସମସ୍ଥ କଳସ ଧାରୀ ମହିଳାମାନଙ୍କ ପାଦଧୋଇଦେଇ ପୂଜା ମଣ୍ଡପ ନିକଟକୁ ପାଛୋଟି ନେଇଥିଲେ। ବିଧିମୁତାବକ ପଣ୍ଡିତ ରତ୍ନାକର ପାଢୀ ମା’ ଗଜଲଲକ୍ଷ୍ମୀ ଆବାହନକରି ପୂଜାକରିଥିବା ବେଳେ ପୁଜା କମିଟିର ଶ୍ରୀ ବାଲା ସଙ୍କଳ୍ପ କରିଥିଲେ। ଠିକ ସେହିପରି ଚାଲାଣଗୁଡା ପଚାଂୟତ ଗନ୍ଧିପାଲ୍ଲୀ ଗ୍ରାମରେ ଦୁରୁଆ ସଂପ୍ରଦାୟର ଯୁବକ ମାନଙ୍କ ଦ୍ୱାରା ଓ ପୁରୁଣା ପୋଷ୍ଟ ଅଫିସ ଲାଇନ, ପୌରପରିଷଦ ଗାନ୍ଧୀପରିବା ବଜାର ଠାରେ ମଧ୍ୟ ମା ଗଜଲକ୍ଷ୍ମୀ ଙ୍କ ପୂଜା ପାଳିତହୋଇଛି। ବିଭିନ୍ନ ପୂଜା ମଣ୍ଡପ ନିକଟରେ ମୃଣ୍‌ମୟମୂର୍ତ୍ତୀ, ସୁନ୍ଦର ତୋରଣ, ଆଲୋକ ମାଳା ସାଜସଜା ହେବାସହିତ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଦଣ୍ଡକାରଣ୍ୟ ଖେଳପଡିଆ ଠାରେ ସ୍ଥାନୀୟ କିଛି ଯୁବକ ଗତ ୬ବର୍ଷ ହେଲା ଆଡମ୍ବର ସହକାରେ ଏହି ଗଜଲକ୍ଷ୍ମୀ ପୂଜାପାଳନ କରିଆସୁଛନ୍ତି। ମା’ଙ୍କ ନିକଟରେ ଭକ୍ତମାନଙ୍କ ପାଇଁ ଭୋଗ ଓ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ପାଗ ଭଲଥିବାରୁ ମା ଗଜଲକ୍ଷ୍‌ମୀଙ୍କ ପୂଜା ଦେଖିବା ପାଇଁ ଆଜି ସନ୍ଧ୍ୟାରେ ଶତାଧିକ ଭକ୍ତମାନଙ୍କ ସମାଗମ ହୋଇଥିଲା।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.