Home କେନ୍ଦୁଝର ଚୋରା ମଦବେପାରୀକୁ ବାନ୍ଧିଲେ ମହିଳା

ଚୋରା ମଦବେପାରୀକୁ ବାନ୍ଧିଲେ ମହିଳା

6

ହାଟଡିହି- ୪ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ଗ୍ରାମରେ ପୁନର୍ବାର ଚୋରା ମଦ ବେପାର ଯୋଗୁଁ ଗାଁରେ ଅଶାନ୍ତି ସୃଷ୍ଟି ହୋଇଛି । ଗାଁରେ ଗତ କିଛିବର୍ଷ ତଳେ ଗ୍ରାମବାସୀମାନେ ଏକଯୁଟ ହୋଇ ଗାଁରେ ମଦ ବିକ୍ରିକୁ ସମ୍ପୁର୍ଣ୍ଣ ବନ୍ଦ କରିଦେଇଥିଲେ । ଫଳରେ ଗାଁରେ ଅସାମାଜିକ କାର୍ଯ୍ୟକଳାପ ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାିଥିଲା । ମାତ୍ର ଗତ କିଛି ମାସ ହେବ ପୁନର୍ବାର ମଦ ବିକ୍ରୀ ହେବାରୁ ଗାଁରେ ଓ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥିଲା । କିଛି ଚୋରା ମଦବେପାରୀ ଗାଁରେ ଆଣି ମହୁଲିମଦ ବିକ୍ରୀକରିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ମହିଳାମାନେ ଅତିଷ୍ଠ ହୋଇ ଆଜି ସକାଳୁ ସକାଳୁ ଦୁଇଜଣ ମଦବେପାରୀକୁ ମଦ ସହିତ ଧରି ବାନ୍ଧି ପକାଇଥିଲେ । ପରେ ଗାଁରେ ବୈଠକ ବସି ଦୁଇ ମଦବେପାରୀ ଆଉ ମଦ ବିକ୍ରୀ ନକରିବାକୁ ପ୍ରତିଶୃତି ଦେବାପରେ ମହିଳାମାନେ ତାକୁ ଛାଡି ଦେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.