Home କେନ୍ଦୁଝର ପାରିବାରିକ କଳହକୁ ନେଇ କୀଟନାଶକ ପିଇଲେ ଦମ୍ପତ୍ତି, ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

ପାରିବାରିକ କଳହକୁ ନେଇ କୀଟନାଶକ ପିଇଲେ ଦମ୍ପତ୍ତି, ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

11

ହାଟଡିହି- ୪ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପନ୍ଦାଡୋ ଗ୍ରାମରେ ଜଣେ ନବ ଦମ୍ପତ୍ତି ପାରିବାରିକ କଳହକୁ ନେଇ କୀଟନାଶକ ପିଇବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ଖବରରୁ ଜଣାଯାଇଛି ଗାଁର ଜଣେ ଯୁବକ ଗତ ୪ମାସ ତଳେ ସେହି ଗାଁର ଜଣେ ଯୁବତୀକୁ ବିବାହ କରିଥିଲା । କୌଣସି କାରଣକୁ ନେଇ ପରିବାର ମଧ୍ୟରେ ଝଗଡା ହେବାରୁ ସେମାନେ ରବିବାର ଦିନ ଏକାଠି ହୋଇ ଗାଁ ଠାରୁ ୪କିଲୋମିଟର ଦୁର ଅଣା କେନାଲ ନିକଟକୁ ଆସି ସେଠାରେ ଏକାଠି କୀଟନାଶକ ପିଇଦେଇଥିଲେ । ସ୍ଥାନୀୟ ଲୋକମାନେ ତୁରନ୍ତ ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇବାପରେ ପରିବାର ଲୋକମାନେ ଆସି ଉଭୟଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନା ନେଇଯାଇଥିଲେ । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ସ୍ୱାମୀର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀର ଅବସ୍ଥା ଶଙ୍କଟାପର୍ଣ୍ଣ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.