Home ଓଡ଼ିଶା ଦ୍ୱିତୀୟ ଦିନରେ ବିରଳା ଟାୟାର୍ସ ଶ୍ରମିକଙ୍କ ଧାରଣା ରେମୁଣା ବିଧାୟକଙ୍କ ଉପସ୍ଥିତିରେ ଶ୍ରମ ଅଧିକାରୀଙ୍କୁ...

ଦ୍ୱିତୀୟ ଦିନରେ ବିରଳା ଟାୟାର୍ସ ଶ୍ରମିକଙ୍କ ଧାରଣା ରେମୁଣା ବିଧାୟକଙ୍କ ଉପସ୍ଥିତିରେ ଶ୍ରମ ଅଧିକାରୀଙ୍କୁ ନିସ୍ତୁକ୍ ମାଡ଼

140

ବାଲେଶ୍ୱର, ୨୧ା୮(ଓଡ଼ିଆ ପୁଅ/ଅଭୟ ଦାସ): ଦୀର୍ଘ ୮ ମାସର ଦରମା ଓ ଅନ୍ୟାନ୍ୟ ଦାବି ନେଇ ବିର୍ଲା ଟାୟାର୍ସ ଶ୍ରମିକଙ୍କ ପକ୍ଷରୁ ବୁଧବାର ଦିନଠାରୁ କାରଖାନା ସମ୍ମୁଖରେ ଚାଲିଥିବା ଧାରଣା ଗୁରୁବାରଦିନ ବିସ୍ଫୋରକ ରୂପ ନେଇଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଧାରଣାରତ ଶ୍ରମିକଙ୍କ ସହ ଆଲୋଚନା ପାଇଁ ଯାଇଥିବା ଭାରପ୍ରାପ୍ତ ଜିଲ୍ଲା ଶ୍ରମଅଧିକାରୀ ସଂଜୟ କେଶରୀ ପ୍ରଧାନଙ୍କ ଉପରେ ନିସ୍ତୁକ ମାଡ଼ ହେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସବୁଠାରୁ ବଡ଼କଥା ହେଲା ଧାରଣାସ୍ଥଳରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଉପସ୍ଥିତିରେ ଏହି ଅଭାବନୀୟ କାଣ୍ଡ ଘଟିଥିଲା। ବୁଧବାରଦିନଠାରୁ ଶ୍ରମିକ ଓ ତାଙ୍କ ପରିବାର ବର୍ଗ ବିର୍ଲା ଟାୟାର୍ସ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ସେମାନଙ୍କ ଯୋଗୁଁ କୌଣସି କର୍ମଚାରୀ ବା ଅଧିକାରୀ କାରଖାନା ମଧ୍ୟକୁ ଯାଇପାରୁ ନଥିଲେ କିମ୍ବା ଭିତରୁ ବାହାରକୁ ବି ଆସିପାରୁ ନଥିଲେ। ଖବର ପାଇ ରେମୁଣା ବିଧାୟକ ଗୁରୁବାରଦିନ ଧାରଣାସ୍ଥଳରେ ପହଞ୍ଚି ସାମ୍ପ୍ରତିକ ସମସ୍ୟା ସମ୍ପର୍କରେ ଧାରଣାରତ ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କୁ ବୁଝାସୁଝା କରି ଧାରଣାରୁ ନିବୃତ ହେବାକୁ ମଧ୍ୟ ସେ ପ୍ରୟାସ ଜାରି ରଖିଥିଲେ। ଇତିମଧ୍ୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇ ଏକ କାରରେ ଭାରାପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରଧାନ ସେଠାରେ ପହଞ୍ôଚ ବିଧାୟକଙ୍କ ନିକଟକୁ ଯାଉଥିଲେ। ତେବେ ଧାରଣାସ୍ଥଳରୁ ଶ୍ରମିକମାନେ ତାଙ୍କୁ ଘୋସାରି ଘୋସାରୀ ବାହାରକୁ ଆଣିବା ସହିତ ବିଧା ଗୋଇଠା ଆଦି ନିସ୍ତୁକ୍ ମାଡ଼ ମାରିଥିଲେ। ଏମିତିକି ତାଙ୍କ ବେକରେ ଥିବା ଏକ ସୁନାଚେନ୍‌କୁ ମଧ୍ୟ କେହି ଶ୍ରମିକ ଝାମ୍ପି ନେଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ତେବେ କିଛି ଶାନ୍ତ ପ୍ରକୃତିର ଶ୍ରମିକଙ୍କ ସହଯୋଗରେ କୌଣସି ମତେ ସେ ସେଠାରୁ ପଳାଇ ଆସିବାକୁ ସକ୍ଷମ ହୋଇଥିଲେ। ଏହି ଅଭାବନୀୟ କାଣ୍ଡ ସମ୍ପର୍କରେ ଜିଲ୍ଲାପାଳଙ୍କୁ ସେ ଅବଗତ ମଧ୍ୟ କରିଛନ୍ତି। ଥାନାରେ ଏତଲା ଦେବା ପରିବର୍ତ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସେ ଅପେକ୍ଷା କରିଥିବା କହିଛନ୍ତି। ତେବେ କରୋନା ଭଳି ସ୍ଥିତିରେ ଉତ୍ତେଜିତ ଶ୍ରମିକଙ୍କ ଧାରଣା ସ୍ଥଳକୁ ବିନା ପୁଲିସରେ ଶ୍ରମ ଅଧିକାରୀଙ୍କୁ ପଠାଇବା ନେଇ ଜିଲ୍ଲାପାଳଙ୍କ ଦୂରଦୃଷ୍ଟିହୀନ ନିଷ୍ପତିକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି। ରେମୁଣା ବିଧାୟକଙ୍କ ପରାମର୍ଶ କ୍ରମେ ଜିଲ୍ଲାପାଳ ଶ୍ରମ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଥିବା ଅନୁମାନ କରାଯାଇଛି। ଦିନକ ପୂର୍ବରୁ ନିଜେ ଅଜଣା ଯୁବକଙ୍କ ଆକ୍ରମଣର ଶିକାର ହୋଇଥିବା ବିଧାୟକଙ୍କ ଅଦୂରଦର୍ଶୀ କାର୍ଯ୍ୟ ଯୋଗୁଁ ଶ୍ରମିକମାନେ ଶ୍ରମ ଅଧିକାରୀଙ୍କୁ ମାଡ଼ ମାରିରଥିବା କେତେକ ଅଭିଯୋଗ କରୁଛନ୍ତି। ସବୁଠାରୁ ବଡ଼କଥା ହେଲା ବିଧାୟକ ସେଠାରେ ଉପସ୍ଥିତ ରହି ବି ଉତ୍ତେଜିତ ଶ୍ରମିକଙ୍କୁ ଆୟତ୍ତ କରିପାରି ନଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.