Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ଆଉ ୯୪ ଆକ୍ରାନ୍ତ

ଚିହ୍ନଟ ହେଲେ ଆଉ ୯୪ ଆକ୍ରାନ୍ତ

88

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାରୁ ଆଉ ନୂଆ ୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୨୭୨୭ । ଏମାନଙ୍କ ମଧ୍ୟରୁ ୨୦୭୬ଜଣ ସୁସ୍ଥ ହୋଇସାରିଛନ୍ତି । ଆଉ ୬୪୩ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଯେଉଁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହଲେ ସେମାନଙ୍କ ମଧ୍ୟରେ ଚାନ୍ଦବାଲି ବ୍ଲକର ଆରଡି ପଞ୍ଚାୟତର ଜଣେ କଟକ ବଡ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବ୍ଳକର ଜଣେ ବ୍ୟକ୍ତି ମଧ୍ୟ କଟକ ବଡ ମେଡିକାଲରେ ଚିକିତ୍ସା ସମୟରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଜଣେ ଭୁବନେଶ୍ୱରର ଏମ୍‌ସ୍‌ରେ ଚିକିତ୍ସା ବେଳେ ଚିହ୍ନଟ ହୋଇଛନ୍ତି । ସେହିପରି ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତର ଜଣେ ଭୁବନେଶ୍ୱରର ସମ୍ ହସ୍‌ପିଟାଲରେ, ବାସୁଦେବପୁର ପୌରପାଳିକାର ମନ୍ଦାରୀ ଅଞ୍ଚଳର ଜଣେ ସମ୍ ହସ୍‌ପିଟାଲରୁ, ବନ୍ତ ବ୍ଳକ ବଡବର୍ଚ୍ଚିକୟାଁ ପଞ୍ଚାୟତର ଜଣେ ସମ୍ ହସ୍‌ପିଟାଲରୁ, ଚାନ୍ଦବାଲି ବ୍ଳକ ପାଞ୍ଚପଡା ପଞ୍ଚାୟତର ଜଣେ ସମ୍ ହସ୍‌ପିଟାଲରୁ, ଭଦ୍ରକ ବ୍ଲକର ବାଣିତିଆ ପଞ୍ଚାୟତରୁ ଜଣେ ଆକ୍ରାନ୍ତ ମଧ୍ୟ ସମ୍ ହସ୍‌ପିଟାଲରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଭଦ୍ରକ ବ୍ଲକର କୋରକୋରା ପଞ୍ଚାୟତରୁ ୪ଜଣ, ବହୁଦରଡା ପଞ୍ଚାୟତରୁ ୬ଜଣ, ଗେଲପୁରରୁ ୨ଜଣ, ଗେଲଟୁଆରୁ ଜଣେ, ହରିପୁରରୁ ଜଣେ, ଖଣ୍ଡତଡାରୁ ଜଣେ, ରାନ୍ଦିଆରୁ ୫ଜଣ, ରାହାଞ୍ଜରୁ ଜଣେ, ସାବରଙ୍ଗରୁ ଜଣେ, ବାଣିତିଆରୁ ଜଣେ, ତିହିଡି ବ୍ଲକ ଭାଟପଡା ପଞ୍ଚାୟତରୁ ୪ଜଣ, ଦୋଳସାହି ପଞ୍ଚାୟତରୁ ୭ଜଣ, ନୂଆନନ୍ଦ ପଞ୍ଚାୟତରୁ ଜଣେ, ଅଚକ ପଞ୍ଚାୟତରୁ ୨ଜଣ, ବିଲଣାରୁ ଜଣେ, ଗୁଆମାଳରୁ ଜଣେ, କୋହ୍ଲରୁ ୨ଜଣ, ମୁକୁନ୍ଦପୁର ପଞ୍ଚାୟତରୁ ଜଣେ, ପାଳିଆବିନ୍ଧା ପଞ୍ଚାୟତରୁ ଜଣେ, ବନ୍ତ ବ୍ଳକ ବିଟିପୁର ପଞ୍ଚାୟତରୁ ୨ଜଣ, ଛୟାଳସିଂ ପଞ୍ଚାୟତରୁ ଜଣେ, ଗୋପିନାଥପୁର ପଞ୍ଚାୟତରୁ ଜଣେ, ପୁରୁଷଣ୍ଢ ପଞ୍ଚାୟତରୁ ୪ଜଣ, ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତରୁ ୨ଜଣ, ଦୋସିଙ୍ଗା ପଞ୍ଚାୟତରୁ ୪ଜଣ, ଖଦାଳପୋଖରୀ ପଞ୍ଚାୟତରୁ ୨, ବାଂଶଡା ପଞ୍ଚାୟତରୁ ଜଣେ, ଚାନ୍ଦବାଲି ଏନ୍‌ଏସିର ଜ୍ୟୋତିସିଂହପୁରରୁ ଜଣେ, ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତରୁ ଜଣେ, କାଳିଦାସପୁର ପଞ୍ଚାୟତରୁ ୨ଜଣ, ନରସିଂହପୁର ପଞ୍ଚାୟତରୁ ଜଣେ, କୁମାରପୁର ପଞ୍ଚାୟତରୁ ଜଣେ, ଭଦ୍ରକ ପୌରପାଳିକାର ୱାର୍ଡ ନଂ ୧୨ରୁ୨ଜଣ, ୧୩ ନଂ ୱାର୍ଡରୁ ଜଣେ, ୫ ନଂ ୱାର୍ଡରୁ ଜଣେ, ୬ ନଂ ୱାର୍ଡରୁ ୩ଜଣ, ୭ ନଂ ୱାର୍ଡରୁ ଜଣେ, ୯ ନଂ ୱାର୍ଡରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକର ବାଲିପୋଖରୀ ପଞ୍ଚାୟତରୁ ୨ଜଣ, ରାମଚନ୍ଦ୍ରପୁର ପଞ୍ଚାୟତରୁ ୨ଜଣ, ରହଣିଆ ପଞ୍ଚାୟତରୁ ୨ଜଣ, ତେସିଙ୍ଗା ପଞ୍ଚାୟତରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାର ଆକ୍ରାନ୍ତ ଭାବେ ଯାଜପୁର ଜିଲ୍ଲାର ପୁବଳାରୁ ଜଣେ, ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷିରୁ ଜଣେ, ଜଗତସିଂହପୁର ଜିଲ୍ଲା ନୂଆଡିରୁ ଜଣେ, ପୁରୀ ଜିଲ୍ଲା ଅସ୍ତରଂଗରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.