Home କେନ୍ଦ୍ରାପଡ଼ା ଚିତ୍ରଶିଳ୍ପି ସୌମ୍ୟରଞ୍ଜନ ବେଷ୍ଟ କ୍ରିୟେଟିଭ୍ ଆର୍ଟିଷ୍ଟ-୨୦୨୨ ସହ ମ୍ୟାଜିକ୍ ବୁକରେ ପାଇଲେ ସ୍ଥାନ

ଚିତ୍ରଶିଳ୍ପି ସୌମ୍ୟରଞ୍ଜନ ବେଷ୍ଟ କ୍ରିୟେଟିଭ୍ ଆର୍ଟିଷ୍ଟ-୨୦୨୨ ସହ ମ୍ୟାଜିକ୍ ବୁକରେ ପାଇଲେ ସ୍ଥାନ

21

କେନ୍ଦ୍ରାପଡ଼ା, ୨୮ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା କ୍ରିଷ୍ଠା ଆର୍ଟ ସ୍କୁଲର ନିର୍ଦ୍ଦେଶକ ତଥା କାକଟ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚିତ୍ରକଳା ଶିକ୍ଷକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଚଳିତ ବର୍ଷ ହରିଆଣାର ମ୍ୟାଜିକ୍ ବୁକ ଅଫ୍ ରେକର୍ଡରେ ସ୍ଥାନିତ କରାଯିବା ସହ ତାଙ୍କୁ ବେଷ୍ଟ କ୍ରିୟେଟିଭ୍ ଆର୍ଟିଷ୍ଟ-୨୦୨୨ରେ ସମ୍ମାନିତ କରାଯାଇଛିି। ଚିତ୍ରକଳା କ୍ଷେତ୍ରରେ ଜିଲ୍ଲାରୁ ଆରମ୍ଭ କରି ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ କେନ୍ଦ୍ରାପଡାର ପ୍ରତିନିଧିତ୍ୱ କରି ବିଗତ ୨୦ ବର୍ଷ ହେବ ସେ ଆମ ଜିଲ୍ଲା ପାଇଁ ଗୌରବ ଆଣୁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ‘ମୂର୍ଚ୍ଛନା’ ପକ୍ଷରୁ କେନ୍ଦ୍ରାପଡା ଟାଉନ ହଲ୍‌ରେ ଆୟୋଜିତ ରଜ ଉତ୍ସବରେ ଚିତ୍ରଗୁରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କେନ୍ଦ୍ରାପଡା ପୌରପାଳିକାର ଅଧ୍ୟକ୍ଷା ସରିତା ସାହୁ “ତୁଳସୀ ରତ୍ନ ସମ୍ମାନ”ରେ ସମ୍ମାନୀତ କରିଥିଲେ। ଏହି ଗୈାରବ ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ୍ ରୁତୁରାଜ ଓ କେନ୍ଦ୍ରାପଡା ବିଧାୟକ ଶଶିଭୁଷଣ ବେହେରାଙ୍କ ସମେତ ଜିଲ୍ଲା ଓ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଚିତ୍ରଶିଳ୍ପି ସୌମ୍ୟରଞ୍ଜନଙ୍କୁ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.