Home Top News ବିଜେଡ଼ି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ: ଓଡ଼ିଶାର ସାଧାରଣ ଜନତାର ହକ୍ ପାଇଁ...

ବିଜେଡ଼ି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ: ଓଡ଼ିଶାର ସାଧାରଣ ଜନତାର ହକ୍ ପାଇଁ ଲଢ଼େଇ ଆରମ୍ଭ – ଓଡ଼ିଶାକୁ ଆଉ ଲୁଟ କରିବା ପାଇଁ ଦିଆଯିବ ନାହିଁ

43

ଭୁବନେଶ୍ୱର ୨୮.୬ (ଓଡ଼ିଆ ପୁଅ) – ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରାମ ଗତକାଲି ଭଦ୍ରକ ଜିଲ୍ଲାର ଇରମ ଠାରୁ ଆରମ୍ଭ ହୋଇଥିବା ଜନସଂପର୍କ ଯାତ୍ରାର ଦ୍ୱିତୀୟ ଦିବସରେ ବାରିପଦାରେ ଅନୁଷ୍ଠିତ ଜନ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପଟ୍ଟନାୟକ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିଫଳତା ନେଇ କଡା ସମାଲୋଚନା କରିଥିଲେ। ନବୀନ ଓ ମୋଦି ଏକ ମୁଦ୍ରାର ଦୁଇଟି ପାର୍ଶ୍ୱ। ରାଜଧାନୀରେ କଳି ଦିଲ୍ଲୀରେ କୋଳାକୋଳି। ରାଜ୍ୟରେ ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, କୃଷକ ଆତ୍ମହତ୍ୟା ଦ୍ରୁତି ଗତିରେ ବୃଦ୍ଧି ପାଉଛି। ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ବର୍ତମାନ ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ରାଜ୍ୟର ଋଣଭାର ଆଜି ଏକଲକ୍ଷ ୧୪ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ୨୦୦୦ ମସିହା ଶେଷସୁଦ୍ଧା ଯେତେବେଳେ କଂଗ୍ରେସ ସରକାର ଥିଲା ୧୯ହଜାର କୋଟି ଟଙ୍କା ଥିଲା। କିନ୍ତୁ ରାଜ୍ୟ ସରକାର ରାଜ୍ୟର ପ୍ରକୃତ ସ୍ଥିତିକୁ ଲୋକଙ୍କ ସାମନାରେ ନରଖି ମିଛ ଘୋଷଣା ପରେ ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲାଇ ଭୋଟ ନେଉଛନ୍ତି। ଯେଉଁ ସବୁ ରାଷ୍ଟ୍ରୀୟ ସଂପତି ସ୍ୱାଧୀନତାର ପରବର୍ତି ସମୟରେ ବିଗତ ଦିନର କଂଗ୍ରେସ ସରକାର ସୃଷ୍ଟି କରିଥିଲା ଆଜି ମୋଦି ସରକାର ତାଙ୍କର ଦୁଇ ବ୍ୟବସାୟୀ ବନ୍ଧୁଙ୍କ ହାତରେ ଟେକି ଦେଉଛନ୍ତି। ଭାରତ ବର୍ଷର ଜାତୀୟ ରାଜପଥ, ବନ୍ଦର, ରେଳଷ୍ଟେସନ, ରେଳ ଲାଇନ ଏବଂ ସର୍ବୋପରି ବିମାନ ବନ୍ଦର ଠୁ ଆରମ୍ଭ କରି ସରକାରୀ ସାଧାରଣ ଉଦ୍ୟୋଗକୁ ବିକ୍ରି କରି ଚାଲିଛନ୍ତି। ଶେଷରେ ଭାରତ ବର୍ଷର ଯୁବକମାନଙ୍କର ଭବିଷ୍ୟତକୁ ନଷ୍ଟଭ୍ରଷ୍ଟ କରି ଦେବାପାଇଁ ଏକ ଚକ୍ରାନ୍ତ ଚଳାଇଛନ୍ତି। ଭାରତବର୍ଷର ସାମରିକ ବାହିନୀକୁ ଦୁର୍ବଳ କରି ଦେବାପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଯେଉଁ ଅଗ୍ନିପଥ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଅଗ୍ନିବୀର ମାନଙ୍କୁ ମାତ୍ର ୪ ବର୍ଷ ପାଇଁ ସୈନ୍ୟ ବିଭାଗରେ ନିଯୁକ୍ତି କରିବାକୁ ଚାହୁଁଛନ୍ତି। କଂଗ୍ରେସ ଦଳ ଏ ନିଷ୍ପତିକୁ ଦୃଢ଼ ଭାବରେ ବିରୋଧ କରୁଛି। କଂଗ୍ରେସ ଦଳ ଭାରତ ବର୍ଷର ଯୁବକ ମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରତିମୂହର୍ତରେ ସେମାନଙ୍କ ସହିତ ଛିଡ଼ା ହୋଇଛି। କୌଣସି ପରିସ୍ଥିତିରେ ଭାରତରେ ସାମିରିକ ଶକ୍ତିକୁ ଦୁର୍ବଳ କରିବାକୁ ଦିଆଯିବ ନାହିଁ। କଂଗ୍ରେସ ଏକମାତ୍ର ରାଜନୈତିକ ଦଳ ଯିଏକି ଉଭୟ ବିଜେଡ଼ି ଓ ବିଜେପି ବିରୋଧରେ ଲଢ଼େଇ କରିବାରେ ଶକ୍ତି ଓ ସାମର୍ଥ୍ୟ ରଖିଛି। ବର୍ତମାନ ସମୟ ଆସିଛି କଂଗ୍ରେସର ସମସ୍ତ ବନ୍ଧୁମାନେ ଏକାଠି ହେବାର। ଯେଉଁ କଂଗ୍ରେସ ନେତୃବୃନ୍ଦ ମାନେ ମାନ ଅଭିମାନରେ କଂଗ୍ରେସ ଦଳରୁ ଦୁରେଇ ଯାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଦଳକୁ ଫେରିବାପାଇଁ ଶ୍ରୀ ପଟ୍ଟନାୟକ ନିବେଦନ କରିଥିଲେ। ସମସ୍ତେ ମିଳିମିଶି ବୁଥସ୍ତରରୁ କଂଗ୍ରେସ ଦଳକୁ ସୁଦୃଢ଼ କରି ମୋଦି ଓ ନବୀନ ଓ ସରକାରଙ୍କ ବିରୋଧରେ ଲଢ଼େଇ କରି ୯୦ ବିଧାୟକ ଜୟଯୁକ୍ତ ହୋଇ ସରକାରକୁ ଆସି ପାରିବା ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଂଗ୍ରେସ ସରକାର ଆସିଲେ ଯୁବକ ମାନଙ୍କୁ ପ୍ରାଧାନ୍ୟ ଦିଆଯିବ, ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ପ୍ରତ୍ୟେକ ସ୍ତରରେ ରକ୍ଷା କରାଯିବ। କୌଣସି ଯାଗାରେ କଂଗ୍ରେସ କର୍ମୀଙ୍କୁ ଯିଏ ହଇରାଣ କରୁଥିବ ସିଏ ଯିଏ ହେଉନା କାହିଁକି ତାକୁ ଦମନ କରାଯିବ। ସଭା ପ୍ରାରମ୍ଭରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଏକ ମୋଟର ସାଇକଲେ ଶୋଭାଯାତ୍ରାରେ ବିର୍ଷାମୁଣ୍ଡା ଛକଠାରୁ ସଭାପର୍ଯ୍ୟନ୍ତ ନିଆଯାଇଥିଲା। ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମନ୍ତ ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାର ଶୁଭାରମ୍ଭ କରିଥିଲେ। ଆଜିର ଜନସଂପର୍କ ଯାତ୍ରାର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପିସିସି ଉପସଭାପତି ସରସ୍ୱତୀ ହେମ୍ବ୍ରମ, ସୁରେଶ ମହାପାତ୍ର, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ଲୋକନାଥ ମହାରଥି, ଜ୍ଞାନ ପଟ୍ଟନାୟକ, ଦେବାଶିଷ ମହାପାତ୍ର, ରାଜ୍ୟ ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ସୁଦର୍ଶନ ଦାସ, ହିମାଂଶୁ ପରିଡ଼ା, ପ୍ରଦୀପ ରଥ, ପ୍ରଭାସକର ମହାପାତ୍ର, ନିରୋଜ ଲୋଚନ ଦାସ, ଯୋଗେଶ ଅଗ୍ରୱାଲ, ଭୁବନ ସାହୁ, ଅରବିନ୍ଦ ଦାସ, ପ୍ରକାଶ ମହାନ୍ତି, ନବୀନ ବାରିକ, ମହେନ୍ଦ୍ର ନାୟକ, ଶାନ୍ତନୁ ପାଲ, ସସ୍ମିତା ଘୋଷାଲ, ଅଂଶୁମାନ ଦାସ, ମୋତିପ୍ରକାଶ ଦାସ, ଜ୍ୟୋତି ପ୍ରକାଶ ରଥ ପ୍ରମୁଖ ହଜାର ହଜାର ସଂଖ୍ୟାରେ ଛାତ୍ର, ଯୁବ, ମହିଳା କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.