Home ଜିଲ୍ଲା ପରିକ୍ରମା ଚିତା ଅଙ୍କାର କବି କମଳାକାନ୍ତ ଲେଙ୍କାଙ୍କ ଜୟନ୍ତୀ

ଚିତା ଅଙ୍କାର କବି କମଳାକାନ୍ତ ଲେଙ୍କାଙ୍କ ଜୟନ୍ତୀ

117

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଆଧୁନିକ କାବ୍ୟ ଜଗତର ଦିଗ୍ ଦ୍ରଷ୍ଟା କବି କମଳାକାନ୍ତ ଲେଙ୍କା ସାହିତ୍ୟ ସମାଜ, ଭଦ୍ରକ ତରଫରୁ ହୋଟେଲ ଯଶୋଦା ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ନାଟ୍ୟକାର ପ୍ର. ଅଟକ ବିହାରୀ ନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ବିଶିଷ୍ଟ ଅତିଥି ଭାବେ ‘ଚାଷବାସ’ ର କବି ବାଲେଶ୍ୱର ‘ଚନ୍ଦ୍ରଭାଗା’ ଅନୁଷ୍ଠାନର ମୁଖ୍ୟ କବି ଶ୍ରୀଦେବ, ସମ୍ମାନିତ ବକ୍ତା ଭାବେ ପ୍ର. ମୋହନ ସାହିତ୍ୟ ସଂସଦର ପ୍ରାକ୍ତନ ସଭାପତି କବି ପ୍ର. ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଥାକାର ଔପନ୍ୟାସିକ ଗଙ୍ଗାଧର ବିଶ୍ୱାଳ ମଞ୍ଚାସୀନ ଥିଲେ। ଉକ୍ତ ଜୟନ୍ତୀ ସମାରୋହରେ ବର୍ଷିୟାନ୍ ବିଶିଷ୍ଟ ସାହିତ୍ୟିକ ତରୁଣ ଖିଲାର, ପ୍ର. ରାଧା ବିନୋଦ ନାୟକ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ନାଟ୍ୟକାର ନାଟ୍ୟଶ୍ରୀ ନିର୍ମଳ ରାଉତ, କବି ଚୈତାଳି ଖିଲାର, କବି ଦିବ୍ୟସିଂହ ଦାସ ଅଧିକାରୀ ଆଇନ୍‌ଜୀବୀ ଗିରିଧାରୀ ନାଥ, ସୋମନାଥ ଓଝା, ଆଇନ୍‌ଜୀବୀ ଗଦାଧର ବଳ, ମନୋରମା ରାୟ, ଡକ୍ଟର ମମତା ସାହୁ, ଜାନକୀ ପାଢ଼ୀ, ବସନ୍ତ ନାୟକ, ବିଜୟ କୁମାର ଜେନା, ମନୋରଞ୍ଜନ ମୁଦୁଲି, ପ୍ର. ରାଜକିଶୋର ସାହୁ, ପ୍ରଦୀପ୍ତ ମହାନ୍ତି, ନିର୍ମଳ ସେନାପତି, କାଳନ୍ଦୀ ମଲ୍ଲିକ, ବିଚିତ୍ରାନନ୍ଦ ଜେନା, ଶ୍ରୀକାନ୍ତ ବିଶ୍ୱାଳ, ରଜତ ସାହୁ, ଗୀତିକାର ଅରୂପାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ମଞ୍ଚ ଆମନ୍ତ୍ରଣ କରିଥିଲେ ସ୍ମୃତି ସମାଜର ସଦସ୍ୟ ଅକ୍ଷୟ ଜେନା, ଆଦ୍ୟ କଥନ ରଖିଥିଲେ ଡକ୍ଟର ଅବନୀ ପ୍ରଧାନ, ଅତିଥି ପରିଚୟ ଓ ମଞ୍ଚ ସଞ୍ଚାଳନ କରିଥିଲେ କବି, ଉପସ୍ଥାପିକା ସାବିତ୍ରୀ କବି, ଶେଷ ସ୍ପର୍ଶ ପ୍ରଦାନ କରିଥିଲେ ରୋଟାରିଆନ୍ କବି ଚୈତାଳି ଖିଲାର। ସାହିତ୍ୟ ସମାଜର ସମ୍ପାଦକ କବି ସିତାଂଶୁ ଲେଙ୍କା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.