Home ଜିଲ୍ଲା ପରିକ୍ରମା ଗାଁ ଗାଁରେ ଚାଲିଛି ଚୋରାମଦର ହୋମ୍ ଡ଼େଲିଭରି, ଅବକାରୀ ବିଭାଗର ନିଦାବିଷ୍ଣୁ

ଗାଁ ଗାଁରେ ଚାଲିଛି ଚୋରାମଦର ହୋମ୍ ଡ଼େଲିଭରି, ଅବକାରୀ ବିଭାଗର ନିଦାବିଷ୍ଣୁ

77

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)ରାଜ୍ୟ ସରକାରଙ୍କ ରୋଜଗାରିଆ ସୁନାପୁଅ ସାଜିଛି ଅବକାରୀ ବିଭାଗ। ଏହି ବିଭାଗ ଆୟର ସିଂହ ଭାଗ ସରକାରୀ ତହବିଲ୍‌କୁ ଯାଉଛି। ମଦପାଇଁ ଦୁର୍ଘଟଣା ଘଟି କେତେଯେ ଜୀବନ ଯାଉଛି, କେତେ ପରିବାରରେ ବିଶୃଙ୍ଖଳା ସହ ସଂସାର ଉଜୁଡ଼ି ଯାଉଛି ସେଥିପ୍ରତି ସରକାରଙ୍କ ଦୃଷ୍ଟି ନାହିଁ। ବିଶେଷ କରି ଧାମନଗର ବ୍ଲକ ଟି ପଡ଼ୋଶୀ ଯାଜପୁର, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଳାର ସୀମାନ୍ତ ଅଂଚଳ ହୋଇଥିବାରୁ ବାହାର ଜିଲ୍ଳାରୁ ଚୋରା ଦେଶି, ବିଦେଶୀ ମଦର ବନ୍ୟା ଏହି ବ୍ଲକର ପ୍ରତିଗ୍ରାମରେ ଦେଖିବାକୁ ମିଳୁଛି। ପଡ଼ୋଶୀ ଜିଲ୍ଳାକୁ ସଂଯୋଗ କରୁଥିବା ନଦୀ ଓ କେନାଲ ବନ୍ଧ ଏବଂ ଗ୍ରାମ୍ୟ ରାସ୍ତା ଏହି ଚୋରା କାରବାରର ପ୍ରମୁଖ ମାଧ୍ୟମ ସାଜିଛି। ଏହି ସବୁ ଜିଲ୍ଲାରୁ ବ୍ଲକର ବିଭିନ୍ନ ଅଂଚଳକୁ ଚୋରାମଦ ଚାଲାଣ ହେଉଥିବାବେଳେ ଅନେକ ସ୍ଥାନରେ ମହୁଲି, ହାଣ୍ଡିଆ, ଚାଉଳିମଦ ପ୍ରସ୍ତୁତ କରାଯାଉଥିବର ଜଣାଯାଉଛି। କିଛି ସରକାରୀ ଦେଶି ଓ ବିଦେଶୀ ମଦ ବିକ୍ରେତା ଗ୍ରାମାଂଚଳରେ ଥିବା ବେକାର ଯୁବକଙ୍କୁ ଫଶାଇ ଚୋରାବେପାରୀଙ୍କ ମାଧ୍ୟମରେ ମଦର ହୋମ୍ ଡ଼େଲିଭେରି କରୁଥିବା ଜଣାଯାଇଛି। ପୋଲିସ ଓ ଅବକାରୀ ବିଭାଗ ନାଁ ମଦ ଚୋରାଚାଲାଣ ରୋକିପାରୁଛି ନାଁ ମଦ୍ୟପାନ ଜନିତ ପାରିବାରିକ ହିଂସା ଉପରେ ରୋକ ଲଗାଇ ପାରୁଛି। ଧାମନଗରରେ ଏକ ଅବକାରୀ ଥାନା ଥିଲେ ମଧ୍ୟ ଏହା ସରକାରୀ ସ୍ତରରେ ଏଯାଏ କାର୍ଯ୍ୟକ୍ଷମ ହୋଇନି। ସବୁପରେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଭଦ୍ରକର ଧଳା ଜହର ଧାମନଗର ଓ ଧୂଷୁରୀ ଥାନା ଅଂଚଳର ବିଭିନ୍ନ ଛୋଟ ବଡ଼ ବଜାରରେ ତା’ର କାୟା ବିସ୍ତାର କରୁଛି। ଆଗକୁ ପଂଚାୟତ ନିର୍ବାଚନ ଆସୁଥିବାରୁ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ତତ୍ପର ପୂର୍ବକ ଏ ସବୁ କାରବାର ଉପରେ ରୋକ ନଲଗାଇଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଉଛି। ଏଣୁ ଏ ଦିଗରେ ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.