Home ଜିଲ୍ଲା ପରିକ୍ରମା ଚିକିତ୍ସାବିତ୍ ସନ୍ତୋଷ ପଣ୍ଡାଙ୍କୁ ଏକାଦଶାହ ଶ୍ରଦ୍ଧାଞ୍ଜଳୀ

ଚିକିତ୍ସାବିତ୍ ସନ୍ତୋଷ ପଣ୍ଡାଙ୍କୁ ଏକାଦଶାହ ଶ୍ରଦ୍ଧାଞ୍ଜଳୀ

54

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବାରିକପୁର ଅଞ୍ଚଳର ଲୋକପ୍ରିୟ ଚିକିତ୍ସାବିତ୍ ସନ୍ତୋଷ ପଣ୍ଡାଙ୍କୁ ଏକାଦଶାହ ଶ୍ରଦ୍ଧାଞ୍ଜଳୀ ଆଜି ଅର୍ପଣ କରାଯାଇଛି । ଶିକ୍ଷାବିତ ଗୟାଧର ସାମଲଙ୍କ ସଭାପତିତ୍ୱରେ ବାରିକପୁର ଠାରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ବିମ୍ବାଧର ମହାପାତ୍ର, ପ୍ରେମାନନ୍ଦ ନାୟକ, ରାଜକିଶୋର ନାଥ, ରବିନ୍ଦ୍ର ନନ୍ଦ, ସନ୍ତୋଷ କୁମାର ସାହୁ, ସୁରେନ୍ଦ୍ର ପଣ୍ଡା, ଡା ନିରଞ୍ଜନ ଓଝା, ଘନଶ୍ୟାମ ସ୍ୱାଇଁ, ନିତ୍ୟାନନ୍ଦ ଦାସ, ଜଗବନ୍ଧୁ ରାଉତ, କିଶୋର ଦାସ, କରୁଣାକର ବାରିକ, ସୁଧିର ପଣ୍ଡା, ଶିଶିର ପଣ୍ଡା, ବାମଦେବ ମିଶ୍ର, ଦିଲ୍ଲିପ ନନ୍ଦ, ପଦ୍ମଲୋଚନ ପଣ୍ଡା, ନାରାୟଣ ପଣ୍ଡା, ଶରତ ତ୍ରିପାଠୀ, ଡା ନୀଳକଣ୍ଠ ପଣ୍ଡା, ନିବେଦିତା ପଣ୍ଡା, ମନୋରମା ପତି, ସୀତାକାନ୍ତ ଜେନା, ପ୍ରଫୁଲ୍ଲ କୁମାର ସାହୁ, ଦିବାକର ମହାପାତ୍ର, ପର୍ଶୁରାମ ରାଉତ, ସବିତା ମହାପାତ୍ର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ସ୍ୱର୍ଗତ ପଣ୍ଡାଙ୍କ ଉତ୍ସର୍ଗୀକୃତ ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ପୁତ୍ର ପ୍ରଜ୍ଞାପ୍ରକାଶ ପଣ୍ଡା କୃତଜ୍ଞତା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.