Home ଜିଲ୍ଲା ପରିକ୍ରମା ରଣଜିତ ପଞ୍ଚାୟତରେ ସାମୂହିକ ସଫେଇ

ରଣଜିତ ପଞ୍ଚାୟତରେ ସାମୂହିକ ସଫେଇ

19

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ରଣଜିତ ପଞ୍ଚାୟତରେ ସାମୂହିକ ସଫେଇ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ମନୋଜ କୁମାର ନାୟକଙ୍କ ନେତୃତ୍ୱରେ ବିଡିଓ ବିଜୟ କୁମାର ସାହୁ, ଗ୍ରାମୀଣ ସ୍ୱଚ୍ଛଭାରତ ସଂଯୋଜକ ଉଦୟନାଥ ବେଜ, ସମସ୍ତ ସ୍ୱେଚ୍ଛାସେବୀ ଓ ସ୍ୱେଚ୍ଛସେବୀ ସଭାପତି କାହ୍ନୁଚରଣ ମହାନ୍ତି, ଆଶାକର୍ମି ଉର୍ମିଳା ସେଠୀ, ଅଙ୍ଗନୱାଡି କର୍ମୀମାନେ ବଳଦେବଜୀଉ ମନ୍ଦିର ପରିସର, ବଡଦାଣ୍ଡ, ରକ୍ଷାକାଳୀ ମନ୍ଦିର, ମଞ୍ଜୁରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସଫେଇ କରିଥିଲେ । ସଫେଇର ଏହି ଧାରା ପ୍ରତ୍ୟେକ ଦିନ କରାଯିବାକୁ ବିଡିଓ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ବ୍ୟକ୍ତିଗତ ଓ ସାମୂହିକ ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇ ପ୍ରତ୍ୟେକ ଏହାକୁ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.