Home ଓଡ଼ିଶା ଚାଲିଛି କଙ୍ଗାରୁ କୋର୍ଟ – ଗାଁରୁ ବାସନ୍ଦ ଦୁଆରେ କଣ୍ଟା

ଚାଲିଛି କଙ୍ଗାରୁ କୋର୍ଟ – ଗାଁରୁ ବାସନ୍ଦ ଦୁଆରେ କଣ୍ଟା

104

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୦୭-ପ୍ରଶାସନିକ ସ୍ତରରେ ନୟାଗଡ ଜିଲ୍ଲାରେ ଯେତେ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ କଙ୍ଗାରୁ କୋର୍ଟ ଚାଲି ରହିଛି । ଯାହା ଫଳରେ କଙ୍ଗାରୁ କୋର୍ଟର ରାୟ କାର୍ଯ୍ୟକାରି କରିବାରେ ଅନେକ ନୀରିହ ସାଧାରଣ ବ୍ୟକ୍ତି ଦଣ୍ଡିତ ହେଉଥିବା ଦେଖିବାକୁ ମିଳିଛି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା କେରେଣ୍ଡାଟାଙ୍ଗି ଗ୍ରାମ ପଂଚାୟତ ଉପେନ୍ଦ୍ରପୁର ଗ୍ରାମରେ । ଉପେନ୍ଦ୍ରପୁର ଗ୍ରାମର ରବି ସୁନ୍ଦରାୟ ଓରଫ୍ ପ୍ରସନ୍ନ ଗାଁ ମୁଣ୍ଡରେ ଥିବା ପୋଖରୀ ଓ ବାଘମରା ବନ୍ଧକୁ ୪ ବର୍ଷ ହେଲା ପଂଚାୟତରୁ ନିଲାମ ନେଇ ଆସୁଥିଲେ । ତେଣୁ ଗ୍ରାମ କିଛି ଲୋକ ଏହାକୁ ବିରୋଧ କରି ଆସୁଥିଲେ । ଚଳିତ ବର୍ଷ ମଧ୍ୟ ରବି ସୁନ୍ଦରାୟ ଓରଫ୍ ପ୍ରସନ୍ନ ଗାଁ ମୁଣ୍ଡ ପୋଖରୀ ଓ ବାଘମରା  ବନ୍ଧକୁ ପଂଚାୟତରୁ ନିଲାମ ଆଣିଛନ୍ତି ।

ଯାହା ଫଳରେ ଗ୍ରାମବାସୀଙ୍କ ତରଫରୁ ଗାଁରେ କଙ୍ଗାରୁ କୋର୍ଟ କରାଯାଇ ତାଙ୍କ ଦାଣ୍ଡ ଦୁଆରେ କଣ୍ଟା ଛାଟିବା ସହ ଗ୍ରାମରୁ ସାମାଜିକ ବାସନ୍ଦ କରାଯାଇଥିବା ଜଣା ପଡିଛି ଏବଂ ତାଙ୍କ ପରିବାରଙ୍କୁ ଜୀବନରେ ମାରିଦେବା ପାଇଁ ଧମକ୍ ଦେଉଥିବା ଅଭିଯୋଗ ହେଉଛି । ଏ ସମ୍ପର୍କେ ଚାନ୍ଦପୁର ଥାନା ଇନିସ୍‌ପେକ୍ଟର ଧନେଶ୍ୱର ନାହାକଙ୍କ ସହ ଯୋଗା ଯୋଗ କରିବାରେ ସେ କୁହନ୍ତି ମୋ ପାଖରେ ଅଭିଯୋଗ ନାହିଁ । ନୟାଗଡ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣା ପଡିଛି । ଏ ସମ୍ପର୍କେ ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ରବି ସୁନ୍ଦରାୟ କଙ୍ଗାରୁ କୋର୍ଟ ସମ୍ପର୍କେ ମୋ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ମୁଁ ଅଭିଯୋଗ ପାଇଲା ପରେ ତଦନ୍ତ ଓ ପଦକ୍ଷେପ ପାଇଁ ଚାନ୍ଦପୁର ଥାନାକୁ ଜଣାଇ ଦେଇଅଛି । କଙ୍ଗାରୁ କୋର୍ଟ ନେଇ ଅଂଚଳରେ ଚର୍ଚ୍ଚା ଜୋର୍ ଧରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.