Home ଓଡ଼ିଶା ସଚିନ ପାଇଲଟଙ୍କୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଏବଂ ପିସିସି ମୁଖ୍ୟ ପଦରୁ ବରଖାସ୍ତ କଲା କଂଗ୍ରେସ

ସଚିନ ପାଇଲଟଙ୍କୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଏବଂ ପିସିସି ମୁଖ୍ୟ ପଦରୁ ବରଖାସ୍ତ କଲା କଂଗ୍ରେସ

132

ନୂଆ ଦିଲ୍ଲୀ ୧୪-୭ (ଓଡ଼ିଆ ପୁଅ) ସଚିନ ପାଇଲଟଙ୍କ ସହ ପାଇଲଟ କ୍ୟାମ୍ପରେ ଯୋଗ ଦେଇଥିବା ଦୁଇଜଣ ରାଜସ୍ଥାନ ମନ୍ତ୍ରୀଙ୍କୁ କ୍ୟାବିନେଟରୁ ହଟାଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋତ୍।

ମଙ୍ଗଳବାର ଦିନ ବିଦ୍ରୋହୀ ନେତାଙ୍କୁ ବରଖାସ୍ତ କରିବା ନିଷ୍ପତ୍ତି କଂଗ୍ରେସ ନେଇଛି ବୋଲି ମୁଖପାତ୍ର ରଣଦୀପ ସୁରଜେୱାଲା ପ୍ରକାଶ କରିଛନ୍ତି।

ସୁରଜେୱାଲା ପ୍ରକାଶ କରିଛନ୍ତିଯେ, “ମୁଁ ଦୁଃଖିତ ଯେ, ସଚିନ୍ ପାଇଲଟ୍ ଏବଂ ତାଙ୍କର କିଛି ସହଯୋଗୀ ବିଜେପିର ଷଡଯନ୍ତ୍ରରେ ପ୍ରଭାବିତ ହୋଇଛନ୍ତି ଏବଂ ବର୍ତ୍ତମାନ ରାଜସ୍ଥାନର ୮ କୋଟି ଲୋକଙ୍କ ଦ୍ୱାରା ଦ୍ୱାରା ନିର୍ବାଚିତ କଂଗ୍ରେସ ସରକାରକୁ ହଟାଇବାକୁ ଷଡଯନ୍ତ୍ର କରୁଥିଲେ। ଏହା ଗ୍ରହଣୀୟ ନୁହେଁ, ” ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି।

ଏହି ବୈଠକରେ ସଚିନ ପାଇଲଟଙ୍କୁ ରାଜସ୍ଥାନ କଂଗ୍ରେସ ସଭାପତି ପଦରୁ ବରଖାସ୍ତ କରିବାକୁ ସିଏଲପି ବୈଠକରେ ନିଷ୍ପତ୍ତି ନିଆଯାଇଛି। ପାଇଲଟଙ୍କୁ ଡେପୁଟି ସିଏମ୍‌ ପଦରୁ ହଟାଇବାକୁ ମଧ୍ୟ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ସଚିନ ପାଇଲଟଙ୍କୁ ରାଜ୍ୟ ଦଳର ମୁଖ୍ୟ ପଦରୁ ହଟାଇବା ପରେ, କଂଗ୍ରେସ, ଗୋବିନ୍ଦ ସିଂ ଦୋତ୍ରାଙ୍କୁ ରାଜସ୍ଥାନ ପିସିସି ମୁଖ୍ୟ ଭାବେ ନିଯୁକ୍ତ କରିଛି।

ରାଜସ୍ଥାନରେ ରାଜନୈତିକ ସଙ୍କଟ ଶୁକ୍ରବାରଦିନ ଆରମ୍ଭ ହୋଇଥିଲା ଯେତେବେଳେ ପୋଲିସ ସଚିନ ପାଇଲଟଙ୍କୁ ନୋଟିସ ପଠାଇ ସରକାରକୁ ଅସ୍ଥିର କରିବା ଅଭିଯୋଗରେ ତାଙ୍କ ବିବୃତ୍ତି ଦେବାକୁ କୁହାଯାଇଥିଲା।

ଡିସେମ୍ବର ୨୦୧୮ ରେ ବିଧାନସଭା ନିର୍ବାଚନ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦବୀରୁ ବଞ୍ଚିତ ହେବା ପରେ ସଚିନ ପାଇଲଟ ଅସନ୍ତୋଷ ପ୍ରକାଶ କରିଥିଲେ।

ମଙ୍ଗଳବାରଦିନ କଂଗ୍ରେସର ବୈଠକପରେ ସଚିନ ପାଇଲଟଙ୍କ ପାଇଁ ଦ୍ୱିତୀୟ ସୁଯୋଗ ବୋଲି କୁହାଯାଉଥିଲା। ଯଦିଓ କଂଗ୍ରେସ ବିଧାନସଭା ପାର୍ଟିର ଦ୍ୱିତୀୟ ବୈଠକରେ ଯୋଗଦେବା ପାଇଁ ସଚିନ ପାଇଲଟଙ୍କୁ କଂଗ୍ରେସ ନିବେଦନ କରିଥିଲା, ତଥାପି ସେ ସମସ୍ତଙ୍କ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।

୨୦୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୧୦୭ ଜଣ ବିଧାୟକ ଏବଂ ବିଜେପି ୭୨ ରହିଛି।

ଏହି ଘଟଣା ସମ୍ପର୍କରେ ଅଶୋକ ଗେହଲୋତ୍ ଅଭିଯୋଗ କରିଛନ୍ତି ଯେ, ବିରୋଧୀ ବିଜେପି, କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି। ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ଏବଂ ବିଜେପି କହିଛି ଯେ, ଏହା କେବଳ କଂଗ୍ରେସ ଦଳ ମଧ୍ୟରେ କନ୍ଦଳ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.