Home ଓଡ଼ିଶା ଖେଲୁଥିବା ବେଳେ କୂଅରେ ପଡ଼ି ଚାଲିଗଲା ୫ବର୍ଷ ଶିଶୁର ଜୀବନ

ଖେଲୁଥିବା ବେଳେ କୂଅରେ ପଡ଼ି ଚାଲିଗଲା ୫ବର୍ଷ ଶିଶୁର ଜୀବନ

194

ନୂଆପଡା- ୧୪/୭ (ଓଡିଆ ପୁଅ/ନନ୍ଦିଘୋଶ)- ନୂଆପଡ଼ା ଜିଲ୍ଲା କୋମନା ଥାନା ପାଣ୍ଡେଲବାହାଲି ଗାଁରେ ଖେଳୁଥିବା ବେଳେ କୂଅରେ ପଡି ଜଣେ ୫ ବର୍ଷର ଶିଶୁର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଶିଶୁର ନାଁ ହେଲା କହ୍ନେୟା (୫)। ଏ ସଂପର୍କରେ କୋମନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣା ପଡିଛି।

ମିଲିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ପାଣ୍ଡେଲବାହାଲି ଗାଁର ତୁକାରାମ ଦୁରିଆଙ୍କ ବଡ ପୁଅ କ୍ରିଷ୍ଣା (୭) ଓ ସାନ ପୁଅ କହ୍ନେୟା (୫) ଏବଂ ଗାଁର ଦିଗାମ୍ବର ତାଣ୍ଡିଙ୍କ ପୁଅ ଆରତ (୫) ଘର ସମ୍ମୁଖରେ ଖେଳୁଥିଲେ। ଘର ଠାରୁ ପ୍ରାୟ ଶହେ ମିଟର ଦୂରରେ ଗାଁର ଧନୁ ତାଣ୍ଡିଙ୍କ କୂଅ ଖୋଲା ରହିଥିଲା। ଏହି ୩ ଜଣ ଶିଶୁ ସେଠାରେ ଖେଳୁଥିବା ବେଳେ ଶିଶୁ କହ୍ନେୟା କୂଅରେ ପଡି ଯାଇଥିଲା।

ଖବରକୁ ବଡ ପୁଅ କ୍ରିଷ୍ଣା ପରିବାର ଲୋକଙ୍କୁ ଜଣାଇବାରୁ କୋମନା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରିଥିଲେ। ଶିଶୁଟିର ଶବ ବ୍ୟବଚ୍ଛେଦ କରି ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.