Home ଓଡ଼ିଶା ଚାନ୍ଦିପୁର ଘାଟିରୁ କ୍ଷେପଣାସ୍ତ୍ରର ପରୀକ୍ଷଣ

ଚାନ୍ଦିପୁର ଘାଟିରୁ କ୍ଷେପଣାସ୍ତ୍ରର ପରୀକ୍ଷଣ

169

ବାଲେଶ୍ୱର୨୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ରେ QRSAM କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି ଜ୍ଝ ଚାନ୍ଦିପୁର ଘାଟି ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ୧୧ଟା ୪୯ରେ ପରୀକ୍ଷଣ କରାଯାଇଛି QRSAM କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୩୦ କିଲୋମିଟର QRSAM- କ୍ବିକ୍ ରିଆକ୍ସନ ସର୍‌ଫେସ ଟୁ ଏୟାର ମିସାଇଲ୍ । ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ  ସ୍ୱଦେଶୀ  ଜ୍ଞାନକୌଶଳରେ ନିର୍ମିତ। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୩୦ କିଲୋମିଟର ରହିଥିବାର ସୂଚନା ମିଳିଛି।ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କୁଇକ୍ ରିଆକ୍‌ସନ୍ ସରଫେସ୍‌  ଟୁ ଏୟାର ମିସାଇଲ ସଫଳତାର ସହିତ ଲକ୍ଷ୍ୟ ଭେଦ କରିଥିଲା ।  ଏହି କ୍ଷେପଣାସ୍ତ୍ରଟି ଯେ କୌଣସି ସ୍ଥାନରୁ ମୋବାଇଲ୍ ଲଞ୍ଚର ସାହାଯ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କ,  ଯୁଦ୍ଧ ବିମାନ ଓ ଅନ୍ୟ ଲକ୍ଷକୁ ଧ୍ବଂସ କରିପାରିବ ବୋଲି କୁହାଯାଉଛି। ଭାରତ ସରକାରଙ୍କ ଡିଆରଡିଓ ଭାରତ ଇଲେକ୍ଟ୍ରୋନିକ୍ସ ଓ ଭାରତ ଡାଇନାମିକସର ସହାୟତାରେ ଏହି କ୍ଷେପଣାସ୍ତ୍ରର ବିକାଶ କରିଛି। ସୂଚନାଯୋଗ୍ୟ, QRSAM ମିସାଇଲର ପ୍ରଥମ ପରୀକ୍ଷଣ ୨୦୧୭ ମସିହା ଜୁନ ୪ ତାରିଖରେ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.