Home ଜିଲ୍ଲା ପରିକ୍ରମା ‘ଓଡ଼ିଶା ଯାତ୍ରା ଆୱାର୍ଡ -୨୦୨୩’ ପାଇଲେ ବାଦଲ୍ ସିକ୍‌ଦାର

‘ଓଡ଼ିଶା ଯାତ୍ରା ଆୱାର୍ଡ -୨୦୨୩’ ପାଇଲେ ବାଦଲ୍ ସିକ୍‌ଦାର

38

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଗର୍ବ ଗୌରବ, ନାଟ୍ୟ ଜଗତର ଭୀଷ୍ମ ପିତାମହ, ମୋଗଲ୍ ତାମ୍‌ସାର ତ୍ରାଣକର୍ତ୍ତା କୁହାଯାଉଥିବା ଶତାଧିକ ନାଟକର ନିର୍ଦ୍ଦେଶକ, ମଞ୍ଚ ଅଭିନେତା ବାଦଲ୍ ସିକ୍‌ଦାର ଜଗତ୍‌ସିଂହପୁରର ହୀରାଲାଲ୍ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ୮ମ ବାର୍ଷିକ ଉତ୍ସବରେ ‘ଓଡ଼ିଶା ଯାତ୍ରା ଆୱାର୍ଡ-୨୦୨୩’ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଫାଉଣ୍ଡେସନ୍‌ର ସଭାପତି ସାରଦା ପ୍ରସାଦ ଦାସଙ୍କ ପୌରୋହିତ୍ୟ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ. ଅରୁଣ ସାହୁ, ମୁଖ୍ୟବକ୍ତା ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲିପ କୁମାର ରାଉତ୍‌ରାୟ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ସିକ୍‌ଦାରଙ୍କର ଜୀବନ ବ୍ୟାପୀ ନାଟ୍ୟଜଗତ ତଥା କଳା ପାଇଁ ସମର୍ପଣ, ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ଜଣାଇ ଏହି ସମ୍ମାନ ପ୍ରଦାନ କରାଯାଇଛଇ ବୋଲି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଆର୍‌.କେ. ହୀରାଲାଲ୍ ପ୍ରକାଶ କରିଥିଲେ । ସମ୍ମାନର ପ୍ରତ୍ୟୁତ୍ତରରେ ଶ୍ରୀଯୁକ୍ତ ସିକ୍‌ଦାର ମତ ରଖି ବୁଡି ଯାଉଥିବା ମୋଗଲ୍ ତାମ୍‌ସାକୁ କେବଳ ଭଦ୍ରକ ନୁହେଁ କି ଓଡ଼ିଶା ନୁହେଁ, ଭାରତ ଏବଂ ଭାରତ ବାହାରେ ଏହାର ପ୍ରଦର୍ଶନ ଲୋକକଳା ଓ ନାଟ୍ୟ ପରମ୍ପରାକୁ ଉଦ୍‌ଜୀବିତ କରି ପାରିଥିବା ପ୍ରକାଶ କରିଥିଲେ । ଜୀବନର ଶେଷ ରକ୍ତବିନ୍ଦୁ ଥିବା ଯାଏ ସେ କଳାକୁ ଜାବୋଡ଼ି ଧରିଥିବେ ବୋଲି ଶ୍ରୀଯୁକ୍ତ ସିକ୍‌ଦାର କହିବା ସହିତ ଆୟୋଜକଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.