ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ର ବିଶିଷ୍ଟ ସମାଜସେବୀ ତଥା ଚାନ୍ଦବାଲି ବ୍ଲକ କଂଗ୍ରେସ କମିଟିର ପୂର୍ବତନ ସଭାପତି ଚରଣ ଦାସଙ୍କ ଏକାଦଶାହ ତିଥିରେ ବିଜୁ ସ୍ମୃତି ଭବନ ପରିସରରେ ସ୍ମୃତି ଚାରଣ ସଭା ତ୍ରିଲୋଚନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜେପି ନେତା ପୂର୍ଣ୍ଣ ଚନ୍ଦ୍ର ପାଣି,ବ୍ଲକ କଂଗ୍ରେସ ସଭାପତି ଶୁଭାଶିଷ ମଲ୍ଲିକ, ଓକିଲ ସଂଘ ସଭାପତି ଉପେନ୍ଦ୍ର ରାଉଳ,କଂଗ୍ରେସ ନେତା ଦ୍ୱିଗମ୍ବର ଦାସ,ମନୋଜ କୁମାର ବିଶ୍ୱାଳ, ଶିକ୍ଷାବିତ ଅମୁଲ୍ୟ କୁମାର ରାଉତ,ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ, ବ୍ରଜସୁନ୍ଦର ମହାନ୍ତି, ସତ୍ୟାନନ୍ଦ ରାଉତ,ପ୍ରଫୁଲ୍ଲ ସାହୁ , ପ୍ରଭାସ ଶୁଭଦର୍ଶନ ମହାନ୍ତି,ପ୍ରଭାସ ନାୟକ,ପ୍ରଶାନ୍ତ ଦାଶ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ସମାଜସେବୀ ଚରଣ ଦାସଙ୍କ ଦୀର୍ଘ ଅର୍ଦ୍ଧ ଶତାବ୍ଦୀର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ଜଣେ ନୀତି ନିଷ୍ଟ ବ୍ୟକ୍ତି ଥିଲେ ବୋଲି ମତ ବ୍ୟକ୍ତ କରିଥିଲେ। ବସନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।








