Home ଜିଲ୍ଲା ପରିକ୍ରମା ଘୁଷୁରୀକୁ ଝାମ୍ପିନେଲା କୁମ୍ଭୀର, ଆତଙ୍କିତ ନଇକୂଳିଆ ବାସୀ

ଘୁଷୁରୀକୁ ଝାମ୍ପିନେଲା କୁମ୍ଭୀର, ଆତଙ୍କିତ ନଇକୂଳିଆ ବାସୀ

65

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ଗୁଲାବ ପ୍ରଭାବରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଧାମରା ମୁହାଣ ନିକଟ ସମୁଦ୍ର ଅଶାନ୍ତ ରହିବା ଫଳରେ ଏହି ଜିଲାର ଚାନ୍ଦବାଲି ବ୍ଲକ୍‌ର ବୈତରଣୀ ନଦୀ ସମେତ ସମସ୍ତ ନଦୀ ଉଚ୍ଛୁଳା ରହିଛି । ଫଳରେ ନଦୀରେ ବାସ କରୁଥିବା ହିଂସ୍ର କୁମ୍ଭୀର ନଦୀକୂଳିଆ ଅନେକ ଗାଁ ନିକଟ ନଦୀପଠାରେ ଶୋଇ ରହୁଛନ୍ତି । ଫଳରେ ଲୋକମାନେ ଆତଙ୍କରେ ଦିନ କାଟୁଛନ୍ତି । ଆଜି ସକାଳୁ ଆରଡି ନିକଟସ୍ଥ ଦୋହରା ଗାଁର ବୈତରଣୀ ନଦୀପଠାରେ କେତେକ ଘୁଷୁରୀ ଚରୁଥିବାବେଳେ ଗୋଟିଏକୁ ଏକ ହିଂସ୍ର କୁମ୍ଭୀର ଝାମ୍ପିନେଇଥିଲା । ଫଳରେ ପାଖରେ ଥିବା ଅନ୍ୟ ଘୁଷୁରୀ ଗୁଡିକ ସେଠାରୁ ଦୌଡି ପଳାଇଯାଇଥିଲେ । ତେବେ ଗ୍ରାମବାସୀ ଏଭଳି ଘଟଣାକୁ ଦେଖି ଭୟରେ ଜୀବନ ବିତାଉଛନ୍ତି । ଏଥିପୂର୍ବରୁ ଏଠାରେ ଏହିଭଳି ହିଂସ୍ର କୁମ୍ଭୀର ନଦୀକୂଳରୁ ଶୌଚ ହେଉଥିବା ଲୋକଙ୍କୁ ଝାମ୍ପିନେଇଛନ୍ତି । ବିଶେଷକରି ସ୍ଥାନୀୟ ଲୋକଙ୍କର ଚାଷଜମି ନଦୀ ଆରପଟ ଅର୍ଥାତ୍ ଯାଜପୁର ଜିଲା ଅଂଚଳରେ ଥିବାରୁ ପ୍ରତିଦିନ ବହୁ ଚାଷୀ ଦେଶୀ ଡଙ୍ଗାରେ ନଦୀ ପାର ହୋଇ ଚାଷକ୍ଷେତ୍ରକୁ ଯା’ଆସ କରୁଥିବାରୁ ଏଭଳି ପରିସ୍ଥିତି ତାଙ୍କୁ ଭୟଭୀତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.