Home ଜିଲ୍ଲା ପରିକ୍ରମା ନଦୀବନ୍ଧ ଫାଟ ସ୍ଥଳରେ ବିଭାଗୀୟ ଅଧିକାରୀ ପହଂଚିଲେ

ନଦୀବନ୍ଧ ଫାଟ ସ୍ଥଳରେ ବିଭାଗୀୟ ଅଧିକାରୀ ପହଂଚିଲେ

19

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଂଚାୟତର ରାମେଶ୍ୱରପୁର ଗ୍ରାମ ନିକଟସ୍ଥ ମଳିକସାହି ଠାରେ ଗତକାଲି ସକାଳେ ଗେଙ୍ଗୁଟିନଦୀବନ୍ଧରେ ପ୍ରାୟ ୧୦୦ଫୁଟ ଏକ ବଡ଼ ଫାଟ ସୃଷ୍ଟି ହୋଇଥିଲା । ପ୍ରକାଶଥାଉକି ବୈତରଣୀ, କୋଚିଳା, ଗେଙ୍ଗୁଟି ନଦୀବନ୍ଧ ସୁଦୃଢି କରଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ ୭କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପ୍ରାୟ ୩ବର୍ଷ ବିତିବାକୁ ବସିଲାଣି ଏପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ନଦୀବନ୍ଧକାର୍ଯ୍ୟ ସମ୍ପୁର୍ଣ୍ଣ ହୋଇପାରିଲା ନାହିଁ । ହେଲେ କେତେକ ସ୍ଥାନରେ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବାରୁ କେତେକ ସ୍ଥାନରେ ନଦୀବନ୍ଧ ଧସୁଥିବାର ଦେଖିବାକୁ ମିଳୁଛି । ରାମେଶ୍ୱର ପୁର ମଳିକସାହି ଠାରେ ଗତବର୍ଷ ଗେଙ୍ଗୁଟି ନଦୀବନ୍ଧ ଧସିଥିବାବେଳେ ଗତକାଲି ପୁଣି ସେଠାରେ ନଦୀବନ୍ଧ ଫାଟ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳୁଛି । କିଛିଦିନ ହେବ ବନ୍ୟା ପରେ ପୁଣି ଲଗାଣ ଲଘୁଚାପଜନିତ ବର୍ଷା ଯୋଗୁ ସେଠାରେ ବଡ଼ଫାଟ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି । ତେବେ ଗେଙ୍ଗୁଟିନଦୀବନ୍ଧ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇନାହିଁ, କରୋନା ଓ ଲଗାଣ ବର୍ଷାଯୋଗୁ କାର୍ଯ୍ୟରେ ମଧ୍ୟ ମନ୍ଥରତା ଦେଖାଦେଇଛି । ତେବେ କେତେକ ନଦୀବନ୍ଧର ତଳସ୍ଥରର ପଙ୍କମାଟି ରହୁଥିବାରୁ ବନ୍ୟା ଛାଡ଼ିବା ପରେ ମାଟି ଧସିବା ଓ ବନ୍ଧ ଫାଟୁଥିବାର ଜଳସେଚନ ବିଭାଗ ସରକାରୀ ଯନ୍ତ୍ରୀ କିଶୋର ଦାସ ପ୍ରକାଶ କରିଛନ୍ତି । ତେବେ ଦୁଇଦିନ ହେବ ଅହରହ ବର୍ଷା ହେଉଥିବାରୁ ନଦୀବନ୍ଧରେ ସୃଷ୍ଟି ହୋଇଥିବା ଫାଟ ସ୍ଥାନରେ କାର୍ଯ୍ୟ କରାଯାଇ ପାରୁନହିଁ । ସେହି ସ୍ଥାନରେ ଜରି ପକାଯାଇ ବନ୍ଧକୁ ବର୍ଷାରୁ ସୁରକ୍ଷିତ ରଖାଯାଇଛି । ବର୍ଷା ଛାଡ଼ିବା ପରେ ଉକ୍ତ ସ୍ଥାନରେ ନିର୍ମାଣ କାର୍ଯ୍ୟ ଯାରିରହିବବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ତେବେ ଆଗକୁ ସମ୍ଭାବ୍ୟ ବନ୍ୟା ଓ ଲଘୁଚାପ ଜନିତ ବର୍ଷାକୁ ନେଇ ନଦୀକୂଳିଆ ବାସୀ ଭୟଭିତରେ ରହିଛନ୍ତି । ତୁରନ୍ତ କାର୍ଯ୍ୟ ନିର୍ମାଣ ପାଇଁ ମଧ୍ୟ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.