Home ଜିଲ୍ଲା ପରିକ୍ରମା ଧାମରା ତଟ ସୁରକ୍ଷା ସାଗରଭ୍ୟାସ, ସାଗର କବଚ-୨୪ ରେ ୯ଗୁପ୍ତଚର,ପୁଲିସ ଦ୍ୱାରା ଅଟକ

ଧାମରା ତଟ ସୁରକ୍ଷା ସାଗରଭ୍ୟାସ, ସାଗର କବଚ-୨୪ ରେ ୯ଗୁପ୍ତଚର,ପୁଲିସ ଦ୍ୱାରା ଅଟକ

4

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁମ୍ବାଇ ୨୬ ନଭେମ୍ବର ୨୦୧୧ ରେ ହୋଇଯାଇଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହିତ କରିବା ତଥା ଆତଙ୍କବାଦୀ ମାନଙ୍କୁ ସମୂଳେ ଲୋପ କରିବା ସହ ଓଡିଶା ଉପକୂଳରେ ରହି ବହୁ ଆତଙ୍କବାଦୀ କାର୍ଯ୍ୟକ୍ରମରେ ଲିପ୍ତ ରହୁଥିବା ଆତଙ୍କବାଦୀ ମାନଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ଉପକୂଳ ସୁରକ୍ଷା ସମରାଭ୍ୟାସ, ସାଗର କବଚ-୨୪ । ଓଡିଶା ସରକାରଙ୍କ ତରଫରୁ ୨୦୨୪ ମସିହା ପାଇଂ ଉପକୂଳବର୍ତୀ ଅଂଚଳ ଯଥା- ଧାମରା,କସିଆ,ଚୁଡାମଣୀ,ଚାନ୍ଦିପୁର ,ପାରାଦ୍ୱୀପ,ପୁରୀ ଏବଂଗୋପାଳପୁର ଠାରେ ଆଜି ସକାଳ୬ଟାରେ ଆରମ୍ଭ ହୋଇଛି ଉପକୂଳ ସୁରକ୍ଷାଭ୍ୟାସ । ଏହି ସୁରକ୍ଷାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ,ଭାରତୀୟ ନେଭି,ଆନ୍ଧ୍ର ପୁଲିସ,ପଶ୍ଚିମବଙ୍ଗ ଏବଂ ଓଡିଶା ପୁଲିସ ସାମିଲ ହୋଇଥିଲେି ।ଏଥିପାଇଁ ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ ,ରାଜ୍ୟ ପୁଲିସ ଏବଂ ଭାରତୀୟ ନେଭି ର କିଛି ସଦସ୍ୟ ଗୁପ୍ତଚର(ବ୍ଲୁ ଫୋର୍ସ) ହିସାବରେ ଧାମରା ଅଂଚଳକୁ ଆସନ୍ତି, ଅନ୍ୟଦଳଟିରେ ଯଥା ଧାମରା ପୁଲିସ ଏବଂ ଭଦ୍ରକ ଜିଲ୍ଲା ପୁଲିସ ଧାମରା ଉପକୂଳ ଅଂଚଳ ଯଥା-ଧାମରା, ଧାମରା ପୋର୍ଟ କମ୍ପାନୀ ଲିମିଟେଡ,ଧାମରା ମତ୍ସ୍ୟପୋତାଶ୍ରୟ,ଚନ୍ଦନୀପାଳ,କରଞ୍ଜମାଳ, ବାଲିମୁଣ୍ଡା ,କସିଆ ,ଚୁଡାମଣୀ ଜେଟି,ଚୁଡାମଣି ଘାଟ ଏବଂ ବାସୁଦେବପୁର ଠାରେ ସାଧା ପୋ୍‌ଷାକରେ ପହରା ଦେଉଥାନ୍ତି ।ଯଦି ଗୁପ୍ତଚର ମାନେ(ବ୍ଲୁ ଫୋର୍ସ) ଆସି ନିର୍ଧାରିତ ହୋଇଥିବା ସ୍ଥାନରେ ବିନା କିଛି ବାଧା ବିଘ୍ନରେ ପହଂଚିଯାନ୍ତି ତାହେଲେ ଗୋଇନ୍ଦା ବିଭାଗ ସଜାଗ ନାହିଂ ବୋଲି ଧରାଯାଏ ।

ଯଦି ନିର୍ଧାରିତ ହୋଇଥିବା ସ୍ଥାନରେ ପଂହଚିବା ପୂର୍ବରୁ ପହରା ଦେଉଥିବା ସାଧା ପୋଷାକ ପରିହିତ ପୁଲିସ(ରେଡ ଫୋର୍ସ) ସେମାନଙ୍କୁ ଧରିନିଏ ତାହେଲେ ଉପକୂଳବର୍ତୀ ଅଂଚଳରେ ସୁରକ୍ଷାବ୍ୟବସ୍ଥା ଠିକ ଅଛି ବୋଲି ଧରିନିଆଯାଏ । ଏହି ସୁରକ୍ଷାଭ୍ୟାସ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିଲା । ଅପରାହ୍ଣ ୫ଟା ସମୟରେ ଭାରତୀୟ ନେଭି,ଓଡିଶା ପୁଲିସର ୯ଜଣ ଗୁପ୍ତଚରଙ୍କୁ ଧାମରା ମତ୍ସ୍ୟପୋତଶ୍ର‌୍ୟ, ଧାମରା ବସଷ୍ଟାଣ୍ଡ ଏବଂ ଧାମରା ପୋର୍ଟ କମ୍ପାନୀ ଲିମିଟେଡ ଅଂଚଳରୁୁ ଅଟକ ରଖାଯିବା ପରେ ସେମାନଙ୍କୁଧାମରା ମେରାଇନ ଥାନାକୁ ଅଣାଯିବା ପରେ ଆଇ ଆଇ ସି କୃୃଷ୍ଣଚନ୍ଦ୍ର ଜାନୀ ସମସ୍ତଙ୍କ ବୟାନ ଲିପିବଦ୍ଦ କରିବା ପରେ ସେମାନଙ୍କୁ ସସମ୍ମାନେ ଛାଡି ଦେଇଥିଲେ । ।ଆଜିର ଏହି ସୁରକ୍ଷାଭ୍ୟାସରେ ଧାମରା ମେରାଇନ ପୁଲିସ ଥାନା ଅଂଚଳରେ ବିଏନ ହେମ୍ବମ,ଧାମରା ମତ୍ସ୍ୟପୋତାଶ୍ରୟ ଦାୟିତ୍ୱରେ ଏସ ପତି, କାଳୀନାଳୀ ଜେଟୀ ଦାୟିତ୍ୱରେ ଏନ କେ ମାଝୀ, ଚନ୍ଦନୀପାଳ ଜେଟୀ ଦାୟିତ୍ୱରେ ବିକେ ଗିରି,୪ସେକ୍ସନ ଫୋର୍ସ, ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ, ଏବଂ ସେମାନଙ୍କର ଧାମରା ଠାରେ ନିୟୋଜିତ ହୋଇଥିବା ୨ଟି । ୨ଟି ସ୍ପିଡ ବୋଟ , ଧାମରା ମେରାଇନ ପୁଲିସ , ବାଂଶଡା ପୁଲିସ,(ରେଡ ଫୋର୍ସ) ଡ୍ୟୁଟି ଆରମ୍ଭ କରିଥିଲେ । ସେମାନେ ଧାମରାରୁ ବାହାରି ଚନ୍ଦନୀପାଳ ,ଧାମରା ପ୍ରତିରକ୍ଷା ଘାଟୀ, କରଞ୍ଜମାଳ,କରଣପଲ୍ଲୀ, ବାଲିମୁଣ୍ଡା, ବାବୁବାଲି , ତାଳଚୁଆ ପ୍ରଭୃତି ସ୍ଥାନ ମାନଙ୍କରେ ପଇଁତରା ମାରି ବାସୁଦେବପୁର ଠାରେ ଥିବା କସିଆ ପର୍ଯ୍ୟନ୍ତ ଯାଇଥିଲେ ।

ଆଜିର ଏହି ତଟ ସୁରକ୍ଷା ସାଗର କବଚ -୨୪ କାଯ୍ୟକ୍ରମ ଧାମରା ଠାରେ ଆରମ୍ଭ ହୋଇଥିବା ବେଳେ ଧାମରା ମତ୍ସ୍ୟପୋତାଶ୍ରୟ ,ଧାମରା ବନ୍ଦର ନିକଟବର୍ତୀ ଅଂଚଳ ,ଚନ୍ଦନୀପାଳ ପ୍ରତିରକ୍ଷା ଘାଟି ଠାରେ କସିଆ, ଚୁଡାମଣୀ ଜେଟିରେ ଏବଂ ଚୁଡାମଣୀ ଘାଟ ଠାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ । ଅନ୍ୟ ପକ୍ଷରେ ଧାମରା ମେରାଇନ ଥାନାର କେ ସି ନାୟକଙ୍କ , ୧ସେକ୍ସନ ଫୋର୍ସ ଏବଂ ବୋଟ ଷ୍ଟାଫଙ୍କ ସହ ଧାମରା ତଟ ଅଂଚଳରେ ବୋଟ ଦ୍ୱାରା ପେଟ୍ରୋଲିଂ ମଧ୍ୟ କରାଯାଇଥିଲା । ଅନ୍ୟ ପକ୍ଷରେ ମୋବାଇଲ ପେଟ୍ରୋଲିଂ ଦ୍ୱାରା ଧାମରା ସମେତ ନିକଟବର୍ତୀ ଅଂଚଳରେ ମଧ୍ୟ ସାଧା ପୋଷ୍‌ାକ ପରିହିତ ପୁଲିସ ମାନେ ପଇଁତରା ଦେବା ସହ ଆତଙ୍କବାଦୀ ମାନଙ୍କୁ ଜଗିବାରେ ନିୟୋଜିତ ଥିଲେ । ଧାମରାଏହି ତଟ ସୁରକ୍ଷା ସାଗର କବଚ-୨୪ ସୁରକ୍ଷାଭ୍ୟାସ ୨ ଦିନ ଧରି ଚାଲିବ ବୋଲି ଧାମରା ମେରାଇନ ଥାନାଧିକାରୀ କୃର୍ଷ୍ଣଚନ୍ଦ୍ର ଜାନୀଙ୍କ ନିକଟରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.