Home କେନ୍ଦୁଝର ଗ୍ରାମ କୂଅରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଗ୍ରାମ କୂଅରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

257

ହରିଚନ୍ଦନପୁର,ତା ୨୧ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଜାମୁଯୋଡି ପଞ୍ଚାୟତ ଅନ୍ତର୍ଗତ ମାନପୁର ଗ୍ରାମର ଏକ କୂଅରେ ଆଜି ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ଜଣଙ୍କ ମାନପୁର ଗ୍ରାମର ଲକ୍ଷ୍ମଣ ନାଏକ(୫୫) ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଲକ୍ଷ୍ମଣ ପାରିବାରିକ ଅଶାନ୍ତି କାରଣରୁ ଗତ ବୁଧବାର ଦିନ ଠାରୁ ନିଖୋଜ ଥିଲେ । ଗତକାଲି ସନ୍ଧ୍ୟାରେ ଗ୍ରାମବାସୀ ବୃଦ୍ଧଙ୍କ ମୃତଦେହ ଗ୍ରାମର ଏକ କୂଅରେ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଆଜି ସକାଳେ ପୋଲିସ ଗ୍ରାମରେ ପହଞ୍ଚି କୂଅରୁ ଶବକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.